spot_img

Latest Posts

ପୂର୍ବ ସରକାର ଯାହା ଦେଉଥିଲେ ନୂଆ ସରକାର ଛଡ଼ାଇନେଲେ, ଦୁଃଖରେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ବର: ଶ୍ରମିକଙ୍କୁ ପୂର୍ବ ସରକାର ଯାହା ଦେଉଥିଲେ ତାହା ନୂଆ ସରକାର ଛଡ଼ାଇନେଲେ। ଆଉ ଏବେ ଶ୍ରମିକ ଦିବସ ପାଳନ ବେଳେ ବଡ଼ବଡ଼ କଥା କହୁଛନ୍ତି। ଯାହାକୁ ନେଇ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକ ନିଜର ଦୁଃଖ ବଖାଣିଛନ୍ତି। ଜଙ୍ଗଲ ଅଧିକାର ଆଇନ ଲାଗୁ ପରେ କେନ୍ଦୁପତ୍ର ସଂସ୍ଥାରୁ ଯେଉଁ ଲାଭ ମିଳେ ସେ ଲାଭାଂଶ କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ। କେନ୍ଦୁପତ୍ର କ୍ଷେତ୍ରରେ କାର୍ଯ୍ୟ କରୁଥିବା ତୋଳାଳି ଓ ଶ୍ରମିକଙ୍କୁ ବୋନସଠୁ ଆରମ୍ଭ କରି ମୃତ୍ୟୁକାଳୀନ ସହାୟତା, ପାଣି, ଚପଲ ଓ ଟୋପି ପାଇଁ ଭତ୍ତା ଓ କନ୍ୟା ବିବାହ ପାଇଁ ସହାୟତା ମିଳୁଥିଲା। ହେଲେ ଏସବୁ ଏବେ ଠପ। କେନ୍ଦୁପତ୍ରରେ ଜିଏସଟି ଲାଗୁ ପରେ ଲାଭାଂଶ କମିଲା। ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଜିଏସଟି ଉଚ୍ଛେଦ ପାଇଁ ଦାବି କରିଥିଲେ। କିନ୍ତୁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଯାହା ଫଳରେ ଏବେ ରାଜ୍ୟର ୧୫ ଲକ୍ଷ ମହିଳା କେନ୍ଦୁପତ୍ର ତୋଳାଳିଙ୍କ ସମେତ ୧୮ ହଜାର ସିଜିନାଲ କର୍ମଚାରୀ ଓ ୨୦ ହଜାର ବନ୍ଧେଇ ଶ୍ରମିକ ସଂକଟରେ। ସରକାର ପରିବର୍ତ୍ତନ ହେଲେ କଣ ଯୋଜନା ପରିବର୍ତ୍ତନ ହୁଏକି ବୋଲି ପ୍ରଶ୍ନ କରିଛି କେନ୍ଦୁପତ୍ର କର୍ମଚାରୀ ସଂଘ। ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ କଥା ଶୁଣିବା କଥା। କିନ୍ତୁ ଗତ ୨୧ ତାରିଖରେ ସମ୍ବଲପୁର ଜନଶୁଣାଣି ପାଇଁ ଗଲେ କିନ୍ତୁ, ଏକଥା ଶୁଣିଲେ ନାହିଁ ବୋଲି ଅଭିଯୋଗ ହୋଇଛି। କନ୍ୟା ବିବାହ ସହାୟତା ବନ୍ଦ କରିଦେଲେ। ତେଣୁ ଲୋକଙ୍କ ପାଖକୁ ଯିବାର ଲାଭ କଣ ବୋଲି କହିଛି ସଙ୍ଘ।

ସେପଟେ ବିଜେଡି ଏ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି। ପାହାଡ଼ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଜୀବନ ଜୀବିକାର ବାଟ ହେଉଛି କେନ୍ଦୁପତ୍ର। ତେଣୁ ଏଥିରେ ଜିଏସଟି ମାଡ଼ ପ୍ରହାର ସଦୃଶ।ଏପରିକି ବିଜେଡି ସରକାର ସମୟରେ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଏବେ ନମିଳିବାକୁ ନେଇ  ସମାଲୋଚନା କଲା ବିଜେଡି।ସେପଟେ ଏହାକୁ ନେଇ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ। କହିଛନ୍ତି, କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ଉପରେ ଜିଏସଟିର କିଛି ପ୍ରଭାବ ପଡେନି।ଯେଉଁମାନେ କେନ୍ଦୁପତ୍ର କିଣୁଥିବେ ସେମାନେ ଜିଏସଟି ଦେଉଥିବେ।ଏପରିକି ସେମାନଙ୍କ ପାଇଁ ୫୦କୋଟି ବୋନସ ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ୧୦୦ କୋଟି ଦିଆଯିବ ।

Latest Posts

Don't Miss