spot_img

Latest Posts

ବୋହୂକୁ ମାରି ଟାଙ୍ଗିଦେଲେ ଶାଶୂ ଘର ଲୋକେ !.

ମୟୂରଭଞ୍ଜ: ବୋହୂକୁ ମାରି ଟାଙ୍ଗିଦେଲେ ଶ୍ୱଶୁର ଘର ଲୋକେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ । ଆରତୀ ସେଠୀଙ୍କୁ ତାଙ୍କ ଶାଶୂ, ସ୍ୱାମୀ ଏବଂ ନଣନ୍ଦ ମିଶି ହତ୍ୟା କରି ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ଅନେକ ସମୟରେ ଆରତୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ପରିବାର ଭିତରେ ପୂର୍ବରୁ ଲାଗି ଆସୁଥିଲା କଳହ । ଶୁକ୍ରବାର କୌଣସି କାରଣରୁ ଆରତୀଙ୍କୁ ତାଙ୍କ ସ୍ୱାମୀ, ଶାଶୂ ଏବଂ ନଣନ୍ଦ ମାରି ଟାଙ୍ଗି ଦେଇଥିଲେ।

ସୂଚନା ଅନୁଯାୟୀ, ପୂର୍ବରୁ ଆରତୀ ଅନେକ ଦିନ ଧରି ନିଜ ବାପଘରେ ରହୁଥିଲେ । ଶୁକ୍ରବାର ରାତିରେ ଆରତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ଆରତୀଙ୍କ ସ୍ୱାମୀ ସୁମନ୍ତ ସେଠୀ ତାଙ୍କ ବାପ ଘର ଲୋକଙ୍କୁ ଜଣାଇଥିଲେ। ଆରତୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କ ଶାଶୂ ଘର ଲୋକେ ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।

ବାରମ୍ବାର ପୂର୍ବରୁ ନିର୍ଯାତନା ଦେଇଆସୁଥିବା ବେଳେ ଶେଷରେ ହତ୍ୟା କରିଥିବା କହିଛନ୍ତି ବାପଘର ଲୋକେ । ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଅନ୍ୟପଟେ ମୃତକଙ୍କ ସ୍ୱାମୀ ସୁମନ୍ତ ସେଠୀ, ଶାଶୂ ଶାନ୍ତିଲତା ସେଠି ଓ ନଣନ୍ଦ ତିଳତୋମା ସେଠିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Latest Posts

Don't Miss