ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ, ଭିତରେ ଶୋଇଥିଲେ ଡ୍ରାଇଭର-ହେଲପର

BUS Fire Mishap‌

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ୍‌ ବାଂଶଡ଼ା ଫେରୀ ଘାଟ ନିକଟରେ ବିଳମ୍ୱତ ରାତ୍ରୀରେ ଏକ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏହି ବସ୍‌ଟି ନିୟମିତ ଭାବେ ଭୁବନେଶ୍ୱରରୁ ଭାୟା ଚାନ୍ଦବାଲି ଦେଇ ବଂଶଡ଼ା ଫେରୀ ଘାଟ ନିକଟରେ ପହଞ୍ଚିଥାଏ । ଏହି ବସ୍‌ର ନାଁ ନାୟକ । ବାଂଶଡା ଫେରି ଘାଟରେ ହିଁ ରାତି ସାରା ଏହି ବସ୍‌ଟି ରହିଥାଏ । ସକାଳୁ ଭୁବନେଶ୍ୱର ଅଭିମୁଖେ ପୁଣି ବାହାରିଥାଏ ।

ତେବେ ବୁଧବାର ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ବସ୍‌ଟି ପୁରା ଜଳିଯାଇଥିଲା । ବସ୍‌ ଭିତରେ ହେଲପର ଓ ଡ୍ରାଇଭର ଶୋଇଥିଲେ । ସେମାନେ ଜଳନ୍ତା ବସ୍‌ରୁ ଜୀବନ ବଞ୍ଚାଇ ବହୁ କଷ୍ଟରେ କାଚ ଭାଙ୍ଗି ବାହାରିଥିଲେ । ବସ୍‌ରୁ ବାହାରିବା ପରେ ଏନେଇ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଅଗ୍ନିଶମ ଭିଭାଗ ପହଞ୍ଚିବା ବେଳକୁ ବସ୍‌ଟି ସମ୍ପୂର୍ଣ ଜଳି ଯାଇଥିଲା ।

ଏନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏଭଳି କାଣ୍ଡ ଘଟାଇଲା ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବସ୍‌ ମାଲିକ ସହ କୌଣସି ପୂର୍ବ ଶତ୍ରୁତା ଥିବା ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କୁହାଯାଉଛି ।

Leave a Reply