ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ

ଯାଜପୁର : ଯାଜପୁରରେ ଶୌଚ ହେବାକୁ ଯାଇ କେନାଲ ଭାସିଗଲେ ନାବାଳକ । ନିଖୋଜ ନାବାଳକ ହେଲେ ଖଇରାବାଦ୍ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ଵରଞ୍ଜନ ସାହୁ । ଦୀର୍ଘ୍ ସମୟ ପରେ ବିଶ୍ଵରଞ୍ଜନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ । ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ୍ ପଞ୍ଚାୟତ କଳିନ୍ଦ୍ରା ବାଦ୍ ଗାଁର ବିଶ୍ଵରଞ୍ଜନ ନିକଟରେ ଥିବା କେନାଲକୁ ଶୌଚ ହେବାକୁ ଯାଇଥିଲେ । ସେହି ସଭୟରେ ପାଣି ଭିତରେ ବିଶ୍ଵରଞ୍ଜନଙ୍କ ଗୋଡ ଖସି ଯାଇଥିଲା । ବିଶ୍ଵ ଗଭୀର ସ୍ରୋତକୁ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଖୋଜା ଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି