ଆସାମ, ତ୍ରିପୁରା ଓ ମିଜୋରାମ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ମନ୍ତ୍ରୀ
1 min read
ନନ୍ଦିଘୋଷ ବ୍ୟୁରୋ: ନିଜେ ଦେଇଥିବା ବୟାନକୁ ନେଇ ଏବେ ସୋସିଆାଲ ମିଡ଼ିଆରେ ଟ୍ରୋଲ ହେଉଛନ୍ତି ବାଂଲାଦେଶ ୟୁନସ ମନ୍ତ୍ରୀ ମହଫୁଜ ଆଲାମ୍ । ମନ୍ତ୍ରୀ ଦେଇଥିବା ବୟାନକୁ କେନ୍ଦ୍ର କରି ଏବେ ବାଂଲାଦେଶରେ ଆାରମ୍ଭ ହୋଇଗଲାଣି ବିଦ୍ରୋହ । ମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି ବାଂଲାଦେଶ, ବଙ୍ଗାଲ, ତ୍ରିପୁରା, ଆାସାମ ହଉଛି ବଂଲାଦେଶ ର ଏକ ଅଂଶ । ଯାହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ୟୁନୁସ ସରକାରରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ମହଫୁଜ ଆଲାମ ସୋସିଆଲ ମିଡିଆରେ ଏକ ମାନଚିତ୍ର ଉପସ୍ଥାପନ କରିଥିଲେ ଯେଉଁଥିରେ ବଙ୍ଗଳା, ଆସାମ ଏବଂ ତ୍ରିପୁରା ବାଂଲାଦେଶର ଏକ ଅଂଶ ଭାବରେ ଦର୍ଶାଯାଇଥିଲା। କେବଳ ଏତିକି ନୁହେଁ ବିଜୟ ଦିବସ ଅବସରରେ ପ୍ରସ୍ତୁତ ଏହି ପୋଷ୍ଟ ମାଧ୍ୟମରେ ଏହି ପରାମର୍ଶଦାତା ଭାରତର ଏହି ଅଂଶ ଦଖଲ କରିବାକୁ ଧମକ ଦେଇଛନ୍ତି।
ବାସ୍ତବରେ ଭାରତ ୧୬ ଡିସେମ୍ବରକୁ ବିଜୟ ଦିବସ ଭାବରେ ପାଳନ କରିଥାଏ କାରଣ ଏହି ଦିନ ଭାରତୀୟ ସେନା ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲା ଏବଂ ବାଂଲାଦେଶ ଜନ୍ମ ହୋଇଥିଲା। ସୋମବାର (ଡିସେମ୍ବର ୧୬), ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ସାଂସ୍କୃତିକ ପାର୍ଥକ୍ୟ ଆଧାରରେ ଉତ୍ତର-ପୂର୍ବ ଏବଂ ଉତ୍ତର ଭାରତର ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ପରେ ସେ ବାଂଲାଦେଶର ଏକ ଅଂଶ ଭାବରେ ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମକୁ ଦର୍ଶାଇ ଏକ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ୧୯୭୫ ମସିହାରେ ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନ ଏବଂ ତାଙ୍କ ପରିବାରର ୧୮ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ୨୦୨୪ ମସିହାରେ ତାଙ୍କ ଝିଅ ଶେଖ ହସିନାଙ୍କୁ ଅଗଣତାନ୍ତ୍ରିକ ଉପାୟରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରି ଆଲାମ କହିଛନ୍ତି, “ଏହି ଘଟଣାଗୁଡ଼ିକ ମଧ୍ୟରେ ୫୦ ବର୍ଷର ବ୍ୟବଧାନ ଅଛି, କିନ୍ତୁ କିଛି ପରିବର୍ତ୍ତନ ହୋଇନାହିଁ। ଆମେ କେବଳ ଆମ ଭୈାଗଳିକ ସିଷ୍ଟମରେ ଅଟକି ରହିଛୁ। କିନ୍ତୁ ବର୍ତ୍ତମାନ ଆମକୁ ଏକ ନୂତନ ଭୂଗୋଳ ଏବଂ ବ୍ୟବସ୍ଥା ଆବଶ୍ୟକ।” ଆଲାମଙ୍କ ଏଭଳି ମନ୍ତବ୍ୟ କୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି ।