ଗଇଲୋ ଘାଟି ତଳକୁ ଖସିଲା ମିନି ଟ୍ରକ୍‌

1 min read

ଦେବଗଡ଼ : ଗଇଲୋ ଘାଟି ତଳକୁ ଖସିଲା ମିନି ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍ l ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ – ଲଇମୁରା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାକଡ଼ର ସୁରକ୍ଷା ବାଡ଼ ଭାଙ୍ଗି ଘାଟି ତଳକୁ ଖସିପଡିଛି ମିନି ଟ୍ରକ୍‌ । ୨୦୧୭ ଏପ୍ରିଲ ୧୬ ତାରିଖରେ ଯେଉଁ ସ୍ଥାନରେ ବସ ଦୁର୍ଘଟଣାରେ ୨୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଯାଇଥିଲା, ସେହି ସ୍ଥାନରେ ହିଁ ସମାନ ଢଙ୍ଗରେ ଦୁର୍ଘଟଣା ଘଟିଛି l ଝରାଗୋଗୁଆ ଗାଁର ଏକ ଫାର୍ମରୁ ମିନି ଟ୍ରକରେ ଅଣ୍ଡା ବୋଝେଇ କରି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଘାଟି ତଳକୁ ଖସି ଭାଙ୍ଗି ରୁଜି ଚୂରମାର ହୋଇଯାଇଛି  ।

ସୌଭାଗ୍ୟବଶତଃ ଡ୍ରାଇଭର କେନ୍ଦୁଝର ନରଣପୁର ଗାଁର ସତ୍ୟଜିତ ସାହୁ ଓ ହେଲପର ସରୋଜ ମାଝୀ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଛନ୍ତି l ସ୍ଥାନୀୟ ଲୋକଙ୍କ ସହାୟତରେ ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l