୮ ହଜାର ହାଇସ୍କୁଲରେ ଅଭିଭାବକଙ୍କୁ ନେଇ ହେବ ବୈଠକ
1 min read
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ହାଇସ୍କୁଲ ଅଭିଭାବକ ମାନଙ୍କ ବୈଠକ । ରାଜ୍ୟର ୮ ହଜାର ହାଇସ୍କୁଲରେ ଅନୁଷ୍ଠିତ ହେବ ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଉରକେଲା ଉଦିତ ନଗର ହାଇସ୍କୁଲରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ ସମୀର ରଂଜନ ଦାଶ ନିଜେ ସାମିଲ ହେବେ ।
ସ୍କୁଲ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ବର୍ଷକୁ ୪ଟି ବୈଠକ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର କୋଭିଡ୍ ପାଇଁ ବୈଠକ ବନ୍ଦ ଥିଲା । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ସ୍କୁଲ ମାନଙ୍କରେ ବୈଠକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ କରୋନା ପାଇଁ ଦୀର୍ଘ ୧୦ ମାସ ହେବ ସ୍କୁଲ ବନ୍ଦ ଥିବା ବେଳେ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ପ୍ରାଇମେରୀ ସ୍କୁଲ । ସ୍କୁଲକୁ ଫେରିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଟିକା ଆସିବା ପରେ ଆଶ୍ୱସ୍ତି ଆସିଛି । ତେଣୁ SRC ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେଉଛି ଏସଓପି । ଅଙ୍ଗନଓ୍ୱାଡି ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୁବଶୀଘ୍ର ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।