ଉତ୍ତରକୋରିଆ ବିରୋଧରେ ଆଜି ବସିବ ଜାତିସଂଘ ନିରାପତ୍ତା ପରିଷଦର ସ୍ବତନ୍ତ୍ର ବୈଠକ
1 min readନନ୍ଦିଘୋଷ ବ୍ୟୁରୋ : ଆନ୍ତର୍ଜାତିକ କଟକଣାକୁ ଅବମାନନା କରି ଆଇସିବିଏମ ପରୀକ୍ଷଣ ପ୍ରସଙ୍ଗ । ଉତ୍ତରକୋରିଆ ବିରୋଧରେ ନିଆଯାଇପାରେ ପଦକ୍ଷେପ। ଆଜି ବସିବ ଜାତିସଂଘ ନିରାପତ୍ତା ପରିଷଦର ସ୍ବତନ୍ତ୍ର ବୈଠକ । ଗତ ଗୁରୁବାର ଉତ୍ତରକୋରିଆ ଅନ୍ତର୍ଦ୍ଦେଶୀୟ ବାଲିଷ୍ଟିକ ମିସାଇଲ ହ୍ବାସଙ୍ଗ-୧୯ ଆଇସିବିଏମର ସଫଳ ପରୀକ୍ଷା କରିବା ପରେ ଉତ୍ତ୍ୟକ୍ତ ହୋଇଥିଲେ ଜାତିସଂଘ ନିରାପତ୍ତା ପରିଷଦ ସଦସ୍ଯ ରାଷ୍ଟ୍ର । ନିରାପତ୍ତା ପରିଷଦ ବୈଠକ ବସିବା ଲାଗି ଆହ୍ବାନ ଦେଇଥିଲେ ଆମେରିକା, ଫ୍ରାନ୍ସ , ଜାପାନ, ମାଲଟା, ଦକ୍ଷିଣ କୋରିଆ, ସ୍ଲୋଭେନିଆ ଓ ବ୍ରିଟେନ । ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷାକୁ ନେଇ ଉତ୍ତରକୋରିଆ ଉପରେ ବର୍ଷିଥିଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଜାତିସଂଘ ନିରାପତ୍ତା ପରିଷଦରେ ଗୃହୀତ ପ୍ରସ୍ତାବକୁ ଉତ୍ତରକୋରିଆ ଅବମାନନା କରୁଛି ବୋଲି କହିଥିଲେ ଗୁଟେରସ ।
ବିଗତ ୨୦୦୬ରୁ ଜାତିସଂଘର କଟକଣାର ଶିକାର ହୋଇଛି ଉତ୍ତରକୋରିଆ । ତଥାପି ଆଣବିକ ଅସ୍ତ୍ର ଓ ବାଲିଷ୍ଟିକ ମିସାଇଲ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଉତ୍ତରକୋରିଆ। ସେପଟେ ରୁଷିଆକୁ ଉତ୍ତରକୋରିଆ ସାମରିକ ସାମଗ୍ରୀ ଯୋଗାଉଥିବାରୁ ବି ବିଭିନ୍ନ ରାଷ୍ଟ୍ର କରିଛନ୍ତି ବିରୋଧ ।