ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା

1 min read

ଭୁବନେଶ୍ୱର: ମେ ୨୦ ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଖାତା ଦେଖା ଆରମ୍ଭ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଖାତା ଦେଖା ପାଇଁ ମୋଟ୍‌ ୬୦ଟି ସେଣ୍ଟର ଚିହ୍ନଟ କରାଯାଇଛି । ଏହି ସେଣ୍ଟର ଗୁଡ଼ିକରେ ସମସ୍ତ ସ୍ୱଚ୍ଛତା ନିୟମ ଓ ସାମାଜିକ ଦୂରତା ନିୟମ ଅବଲମ୍ବନ କରି ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଆବଶ୍ୟକ ସ୍ଥଳେ ଖାତା ଦେଖା କେନ୍ଦ୍ର ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି ।

ଖାତା ଦେଖା ସମୟରେ କୋଭିଡ-୧୯ର ସମସ୍ତ ନିୟମ ଅନୁପାଳନ କରାଯିବ । ଖାତା ଦେଖିବା ପାଇଁ ଅଧିକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନେଇ ବୋର୍ଡ ପକ୍ଷରୁ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ । ୪୫ ଦିନରେ ଖାତା ଦେଖା ସାରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି ।

Leave a Reply