ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ପ୍ରକାଶ ତାରିଖ
1 min read![](https://nandighoshatv.com/wp-content/uploads/2023/05/ଘୋଷଣା-ହେବ-1024x576.jpg)
କଟକ: ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ପ୍ରକାଶ ତାରିଖ । ଦିନ ସାଢ଼େ ୧୧ଟାରେ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରେସମିଟରେ ତାରିଖ ଘୋଷଣା କରାଯିବ । କଟକ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୦ରୁ ୨୦ ଯାଏ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ଥିଲା ୯୦.୫୫ ପ୍ରତିଶତ ।