ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର, ୧୨ରୁ ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

1 min read

ଭୁବନେଶ୍ୱର: ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ଆସନ୍ତା ୧୨ରୁ ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ କ’ଣ ରହିବ ବାତ୍ୟାର ତୀବ୍ରତା ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆସନ୍ତା କାଲି ପରେ ସ୍ପଷ୍ଟ ହେବ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ଲଘୁଚାପଟି ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ହିଟ୍ କରିବା ନେଇ ପାଣିପାଗ ସଂସ୍ଥା ଓ୍ବିଣ୍ଡିରୁ ଜଣାପଡ଼ୁଛି । ଗୋପାଳପୁରଠାରୁ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।