୨୦୨୪ ପାଇଁ ବିଜେଡିର ରଣନୀତି, ୩୦ ସାଂଗଠନିକ ଜିଲ୍ଲା ପାଇଁ ଦଳର ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ

1 min read

ଭୁବନେଶ୍ୱର: ୩୦ ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ତାଲିକ ପ୍ରକାଶ । ୨୦୨୪ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟବେକ୍ଷକ ତାଲିକାରେ ଖାସ୍ କିଛି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ନୂଆ ପର୍ଯ୍ୟବେକ୍ଷକ ଆଜିଠୁ ସେମାନଙ୍କର ଦାୟିତ୍ୱ ତୁଲାଇବେ । ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼- ସୁଧୀର କୁମାର ସାମଲ, ଭଦ୍ରକ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର, ଦେବଗଡ଼- ସୁଶାନ୍ତ ସିଂ, କଟକ ଉଷା ଦେବୀ, ଢେଙ୍କାନାଳ, ଖୋର୍ଦ୍ଧା- ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ସେହିଭଳି ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ, କନ୍ଧମାଳ- ବିଜୟ ନାୟକ, କେନ୍ଦ୍ରାପଡ଼ା- ପ୍ରଫୁଲ୍ଲ କୁମାର ମଲ୍ଲିକ, ନବରଂଗପୁର- ଈଶ୍ୱର ପାଣିଗ୍ରାହୀ, କେନ୍ଦୁଝର, ମୟୂରଭଂଜ ଜିଲ୍ଲା ଦାୟିତ୍ୱ ତୁଲାଇବେ ପ୍ରଣବ ପ୍ରକାଶ ଦାସ । ସେହିପରି କୋରାପୁଟ ଓ ମାଲକାନଗିରି ପର୍ଯ୍ୟବେକ୍ଷକ ହେଲେ ଦିବ୍ୟଶଙ୍କର ମିଶ୍ର, ନୟାଗଡ଼- ପଦ୍ମନାଭ ବେହେରା ଓ ନୂଆପଡ଼ା ଜିଲ୍ଲା ପାଇଁ ଟୁକୁନି ସାହୁଙ୍କୁ ଦାୟିତ୍ୱ ମିଳିଛି ।