ଉପରମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ବଢ଼ିଚାଲିଛି ବନ୍ୟାଜଳ ପ୍ରବେଶର ମାତ୍ରା

ଭୁବନେଶ୍ୱର: ଉପରମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢିଚାଲିଛି । ଫଳରେ ହୀରାକୁଦ ଜଳସ୍ତର ୬୨୧.୩୫ ଫୁଟରେ ପହଞ୍ଚିଛି । ଏନେଇ ଯେ କୌଣସି ସମୟରେ ଅଧିକ ଗେଟ ଖୋଲିପାରେ ବୋଲି ତଳିଆ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୬ ହଜାର ୪୨୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୭ ଟି ଗେଟ ଦେଇ ୩ ଲକ୍ଷ ୩ ହଜାର ବନ୍ୟାଜଳ ନିଷ୍କାସନ କରାଯାଉଛି । ତେବେ ଡ୍ୟାମ ଭିତରେ ଅଧିକ ବନ୍ୟାପାଣି ମହଜୁତ ରହୁଥିବାରୁ କମୁନି ଜଳସ୍ତର । ରୁଲକର୍ଭ ଅନୁସାରେ ହୀରାକୁଦର ଜଳସ୍ତର ବହୁ ପରିମାଣରେ ବଢିଯାଇଥିବାରୁ ୬୧୫ ଫୁଟକୁ ଖସାଇବାକୁ ପଡିବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।