ଓକିଲ ପୁଅ ଚୁଟି ଟାଣି ଅତି ବୀଭତ୍ସ ଭାବରେ ମା’କୁ ମାରୁଛି ମାଡ଼

1 min read

ନନ୍ଦିଘୋଷ ବ୍ୟୁରୋ : ବୟସ୍କା ମା’ ଶେଷ କାଳରେ ପୁଅଠାରୁ ଚାହିଁଥାଏ ଆଶ୍ରା । ସାରା ଜୀବନ ପୁଅ ଲାଗି ତ୍ୟାଗ କରିଥିବା ଜଣେ ମା ଚାହିଁଥାଏ ପୁଅର ମଙ୍ଗଳକାମନା । ମା-ପୁଅର ପବିତ୍ର ସମ୍ପର୍କ କାଳ କାଳ ଧରି ଚାଲିଆସିଛି । ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ପୁଅ ଯଦି ଶଯ୍ୟାଶାୟୀ ମାକୁ ପିଟେ ତେବେ ଏହି ପୁଅକୁ କଣ କୁହାଯିବ । ଏପରି ଏକ ଘଟଣା ଘଟିଛି ପଞ୍ଜାବ ରୂପନଗରରେ । ଓକିଲ ହୋଇଥିବା ପୁଅ ଜଣକ ମା’ଙ୍କୁ ଏପରି ମାଡ ମାରୁଛନ୍ତି ତାହାର ଦୃଶ୍ୟ ଆମେ ଦେଖାଇପାରିବୁ ନାହିଁ । ମା’ କାନ୍ଦୁଥିବା ସତ୍ତ୍ବେ ପୁଅଜଣକ ତାଙ୍କୁ ଚାପୁଡା ମାରିବା, ଚୁଟି ଟାଣିବା ପରି ବୀଭତ୍ସ କାଣ୍ଡ ଘଟାଇଚାଲିଛନ୍ତି । କେବଳ ପୁଅ ନୁହେଁ, ବୋହୂ ଓ ନାତି ବି ତାଙ୍କୁ ପିଟୁଥିବା ଦେଖାଯାଉଛି । ସିସିଟିଭି କ୍ୟାମେରାର ଭିଜୁଆଲ ଲିକ୍ ହେବା ପରେ ଓକିଲ ପୁଅକୁ ଗିରଫ କରିଛି ପୋଲିସ । କିଛି ବର୍ଷ ତଳେ ହୃଦଘାତରେ ଆଶା ରାଣୀଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ପୁଅ, ବୋହୂ ଓ ନାତିଙ୍କୁ ଧରି ଅବଶିଷ୍ଟ ଜୀବନ ସୁଖରେ କାଟିବେ ବୋଲି ଆଶା କରିଥିଲେ ଆଶା ରାଣୀ ।Lawyer Repeatedly Assaults His Own Mother, Gets Help From Wife And Son

ମାତ୍ର ସବୁକିଛି ପାଲଟିଯାଇଥିଲା ଓଲଟପାଲଟ । ତାଙ୍କୁ ମାଡ ମରାଯାଉଥିବା ନେଇ ଆଶା ରାଣୀ ଝିଅ ଦୀପଶିଖାଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା । ଏପରିକି ନାବାଳକ ନାତି ମଧ୍ୟ ଆଶା ରାଣୀଙ୍କ ଶଯ୍ୟାରେ ପାଣି ଢାଳୁଥିବା ଦେଖାଯାଇଥିଲା । କିଛି ଦିନ ଧରି ପୁଅ ଅଙ୍କୁର ବର୍ମା, ପତ୍ନୀ ସୁଧା ଓ ନାତି ହିଂସ୍ର ଆଚରଣ କରିବା ନେଇ ସୂଚନା ପାଇବା ପରେ ଆଶାରାଣୀଙ୍କ ଝିଅ ଏକ ଏନଜିଓର ଦ୍ବାରସ୍ଥ ହୋଇଥିଲେ । ଏନଜିଓ ପକ୍ଷରୁ ମହିଳାଙ୍କୁ ଉଦ୍ଧାର କରାଯିବା ସହ ପୋଲିସ ଅଙ୍କୁରଙ୍କୁ ଗିରଫ କରିଥିଲା ।