ଓ୍ବାନ ନେସନ ଓ୍ବାନ ଇଲେକସନ ପାଇଁ ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ

1 min read

ନନ୍ଦିଘୋଷ ବ୍ୟୁରୋ : ଓ୍ବାନ ନେସନ ଓ୍ବାନ ଇଲେକସନ ପ୍ରସଙ୍ଗ । ଆସନ୍ତା ସପ୍ତାହରେ ରିପୋର୍ଟ ଦାଖଲ କରିବ ଲ କମିଶନ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହେବ ରିପୋର୍ଟ । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି ସାମ୍ବିଧାନିକ ସଂଶୋଧନ ସବୁଠାରୁ କଷ୍ଟସାଧ୍ଯ ପ୍ରକ୍ରିୟା ବୋଲି କମିଶନ ବିଚାର କରିଥିବା କୁହାଯାଇଛି । ତେବେ ଯେଉଁ ସବୁ ପ୍ରତିବନ୍ଧକ ଆସିବ ସେସବୁର ସମାଧାନ ଲାଗି ଦୃଷ୍ଟି ଦିଆଯାଇଥିବା ସୂଚନା ମିଳିଛି । ଓ୍ବାନ ନେସନ ଓ୍ବାନ ଇଲେକସନ କମିଟିର ନେତୃତ୍ବ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । ସାରା ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଂଗରେ କରିବା ଲାଗି ଏହି କମିଶନ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରୁଛି । ଯଦି ଏକ ସମୟରେ ନିର୍ବାଚନ କରାଯାଏ ତେବେ ପ୍ରାୟ ୧୮ଟି ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରିନାହିଁ ।Maharashtra Assembly Election 2019: Result date, full schedule, counting of  votes, exit poll predictions - BusinessToday

ମେ ୧୯୯୯ରେ ଜଷ୍ଟିସ ବି.ପି. ଜୀବନ ରେଡ୍ଡୀଙ୍କ ନେତୃତ୍ବାଧୀନ ଲ କମିଶନ ନିଜର ୧୭୦ତମ ରିପୋର୍ଟରେ ଦର୍ଶାଇଥିଲେ- ଦେଶରେ ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯିବାର ଆବଶ୍ଯକତା ରହିଛି । ଦେଶରେ ଏକସଂଗରେ ନିର୍ବାଚନ ଲାଗି ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ୨୦୨୨ରେ କହିଥିଲେ ମୁଖ୍ଯ ନିର୍ବାଚନ କମିଶନର ସୁଶୀଳ ଚନ୍ଦ୍ରା  । ୨୦୨୨ ଡିସେମ୍ବରରେ ଏକସଙ୍ଗରେ ନିର୍ବାଚନ ଲାଗି ମଧ୍ୟ ବିଭିନ୍ନ ଅଂଶୀଦାର ଯଥା ରାଜନୈତିକ ଦଳ, ନିର୍ବାଚନ କମିଶନ, ଅମଲାତନ୍ତ୍ର, ଶିକ୍ଷାବିତ, ବିଶେଷଜ୍ଞଙ୍କ ମତାମତ ଜାଣିବାକୁ ଚାହିଁଥିଲେ ଲ କମିଶନ । ବର୍ତ୍ତମାନ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି ଆମା ଆଦମୀ ପାର୍ଟି, ଶିବସେନା ଉଦ୍ଧବ ଗୋଷ୍ଠୀ, ତୃଣମୂଳ କଂଗ୍ରେସ । ସେମାନଙ୍କ ମତରେ ଏକସଂଗରେ ନିର୍ବାଚନ କରାଯିବା ଅର୍ଥ ସଂସଦୀୟ ଗଣତନ୍ତ୍ରକୁ ଧ୍ବଂସ କରିବା । ପୂର୍ବରୁ ଏହି ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରରୁ ମତାମତ ଚାହିଁଛି ଓ୍ବାନ ନେସନ ଓ୍ବାନ ଇଲେକସନ କମିଟି ।