ଲୁହ ଦେଇ ଲୀନ ହୋଇଗଲେ ବୀର ରାଣା ପ୍ରତାପ

ଅନୁଗୁଳ: ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ  । ସେଇ ପଣରେ ପ୍ରାଣ ବଳି ଦେଇଦେଲେ  । ଶେଷରେ ଅପରାହ୍ନରେ ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ ଦାସ । ତାଳଚେର କୃଷ୍ଣଚନ୍ଦ୍ରପୁରରେ ଗାର୍ଡ ଅଫ ଅନର ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତୁରା ଆଶିଷ ଦାସ ଦେଇଛନ୍ତି ମୁଖାଗ୍ନି । ବୀର ଭୂମିର ବୀର ପୁତ୍ରଙ୍କ ପାଇଁ ସବୁଠି ଥିଲା ଶୋକାକୁଳ ପରିବେଶ । ପୁଅକୁ ଦେଖି ବାପାଙ୍କ ଆଖିରେ ଲୁହ ଶୁଖୁନଥାଏ, କାନ୍ଦି କାନ୍ଦି ଭାଙ୍ଗି ପଡୁଥାଏ ଭଉଣୀ

ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଶୁଭେଚ୍ଛୁ ଓ ସାଙ୍ଗସାଥୀ । ସହିଦ ରାଣାପ୍ରତାପ ଅମର ରହେ ଧ୍ବନିରେ ପ୍ରକମ୍ପିତ ହେଉଥିଲା ମାଟିରୁ ଆକାଶ । ତାଳଚେରରୁ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । ବୀର ପୁତ୍ରଙ୍କ ଶେଷ ଦର୍ଶନ ପାଇଁ ଲାଗିଥିଲା ଜନଗହଳି । ଆଜି ସକାଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଓଡ଼ିଆ ପୁଅ ବୀର ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ଗାର୍ଡ ଅଫର ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply