spot_img

Latest Posts

’କରୋନା ସମ୍ପର୍କିତ ସବୁ ନକରାତ୍ମକ ଖବରକୁ ହାଲୁକା ଭାବେ ନେବା ମହଙ୍ଗା ପଡ଼ିବ’

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ମାମଲା ୫୦ ଲକ୍ଷ ପାର କରିଛି । ଆଉ ଏବେ ମଧ୍ୟ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ବିଦେଶୀ ପତ୍ରିକା ଲାନ୍‌ସେଟ୍ (Lancet), କରୋନା ମୁକାବିଲା ନେଇ ଦେଶର କଡ଼ା ଆଭିମୁଖ୍ୟ ଓ ବିଜ୍ଞାନ ଉପରେ ବିଶେଷ ନିର୍ଭରତା ଦେଖିବାକୁ ମିଳିନଥିବା କହିଛି । ଏବଂ ଦେଶର କରୋନା ମୁକାବିଲାକୁ ପତ୍ରିକା ପକ୍ଷରୁ ପ୍ରଶଂସା କରାଯାଇଛି । ତେବେ ବିଦେଶ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, ଭାରତରେ କରୋନା ପରିସ୍ଥିତି ଭୟାବହ ରହିଛି । ଏବଂ ଦିନକୁ ଦିନ ମାମଲା ବଢ଼ିବାରେ ଲାଗିଛି ।

ପତ୍ରିକା ପକ୍ଷରୁ କୁହାଯାଇଛି ଯେ,  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ କରୋନା ମାମଲା ୫୦ ଲକ୍ଷଠାରୁ ଉପରୁ ଯାଇସାରିଛନ୍ତି । ଯାହାକି ଜୁନରେ ଲକ୍‌ଡାଉନ୍ ହଟାଯିବା ପରେ ଆହୁରି ଅଧିକ ବଢ଼ିବାରେ ଲାଗିଛି । ପତ୍ରିକା ଅନୁଯାୟୀ ଭାରତ ବହୁ ଦୃଷ୍ଟିକୋଣରୁ କରୋନା ପ୍ରକୋପକୁ କମାଇବା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ଦେଶରେ କରୋନା ଭୟାବହତାକୁ ଆଖି ଆଗରେ ରଖି ମାର୍ଚ୍ଚ ମାସରେ ହିଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା । ଯାହା ଏକ ପ୍ରଶଂସନୀୟ ପଦକ୍ଷେପ ଥିଲା । ଯାହାକୁ WHO ପକ୍ଷରୁ ମଧ୍ୟରୁ ପ୍ରଶଂସା କରାଯାଇଛି ।

ଅନିୟନ୍ତ୍ରିତ ସଂକ୍ରମଣ: କରୋନାକୁ ନେଇ WHO ଦେଲା ଏମିତି ତଥ୍ୟ,ଯାହା ଭୟାନକ

ଆଗକୁ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ପ୍ରକାଶ କରିଛି ଲାସେଣ୍ଟ

ପତ୍ରିକା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକ ବଡ଼ ସଂଖ୍ୟାରେ ଘରକୁ ଫେରୁଥିବା ଯୋଗୁଁ ବଡ଼ ଧରଣ ବେକାରୀ ସମସ୍ୟା ମଧ୍ୟ ଉପୁଜିଛି । ଏଥିସହିତ ଦେଶ ଅପ୍ରେଲ-ଜୁନ୍ ତୈମାସିକରେ ଜିଡିପି ବଡ଼ ଧରଣର ହ୍ରାସ ଘଟିଛି । ଲାନ୍‌ସେଟ୍ ପକ୍ଷରୁ କୁହାଯାଇଛି ଯେ, କରୋନା ସ୍ଥିତି ଭୟାବହ ହେଉଥିବା ଦେଖି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଡିଆ ସଂଗଠନର ମାଲିକ ଏବଂ ସମ୍ପାଦକଙ୍କ ସହିତ କଥାବାର୍ତ୍ତାରେ ନକାରତ୍ମକତା ଚିନ୍ତା ଦୂରେଇ ରହିବା ନେଇ ସୂଚନା ଦେଇଥିଲେ । ଅପରପକ୍ଷରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ICMR)କୁ ମଧ୍ୟ କୌଣସି ବୈଜ୍ଞାନିକ ପ୍ରମାଣ ଜରିଆରେ ଭୟାବହ ପରିସ୍ଥିତି ନ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

Latest Posts

Don't Miss