The Kashmir Files: କ୍ରିଷ୍ଣା ଚରିତ୍ର ପାଇଁ ଅକ୍ଷୟ କୁମାର ଥିଲେ ପ୍ରଥମ ପସନ୍ଦ!

ମୁମ୍ବାଇ: ‘ଦି କାଶ୍ମୀର ଫାଇଲ୍ସ’ର କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । କମ୍ ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଧମାଲ କରିଥିଲା। ଏହି ଫିଲ୍ମରେ ଦର୍ଶାଯାଇଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । କେବଳ ଦର୍ଶକ ନୁହଁନ୍ତି ବଲିଓଡ଼ ଅଭିନେତା ମଧ୍ୟ ଫିଲ୍ମର ପ୍ରଶଂସା କରିଥିଲେ।

Moradabad MP ST Hasan Demands Ban On The Kashmir Files Film

ତେବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମରେ ଅନୁପମ ଖେର ପୁଷ୍କର ନାଥ ଓ ଦର୍ଶନ କୁମାର ତାଙ୍କ ନାତି କ୍ରିଷ୍ଣା ଭୂମିକାରେ ନଜର ଆସିଥିଲେ । ୧୯୯୦ ମସିହାରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରୁ ପରଦା ହଟାଇଥିଲେ କ୍ରିଷ୍ଣା । ଆଉ ଏହି ଚରିତ୍ରକୁ ଭଲ ଭାବେ ନିଭାଇଥିଲେ ଅଭିନେତା ଦର୍ଶନ କୁମାର । କିନ୍ତୁ ରିପୋର୍ଟ ଅନୁଯାୟୀ କ୍ରିଷ୍ଣା ଚରିତ୍ର ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଅଭିନେତା ଅକ୍ଷୟ କୁମାର ।

କିନ୍ତୁ ବଲିଉଡ୍ ହଙ୍ଗାମା ରିପୋର୍ଟ ଅନୁସାରେ ଦ କାଶ୍ମୀର ଫାଇଲ୍ସର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ୍ ଏଭଳି ଖବରକୁ ଖଣ୍ଡନ କରିଥିଲେ । ଏଥିସହ ଏହି ଫିଲ୍ମ ପାଇଁ ଅକ୍ଷୟଙ୍କୁୂ କେବେ ଆପ୍ରୋଚ୍ କରାଯାଇନଥିବା କହିଛନ୍ତି । କ୍ରିଷ୍ଣା ଚରିତ୍ର ପାଇଁ କିଛି ଅଭିନେତାଙ୍କ ନାମକୁ ଚୟନ କରାଯାଇଥିଲା । ହେଲେ ଦର୍ଶନ ତାଙ୍କ ଚରିତ୍ରକୁ ପୂରା ନ୍ୟାୟ ଦେଇଥିଲେ । ଏହି ଫିଲ୍ମକୁ ଖୁବ୍ ପ୍ରଶଂସା କରିଥିଲେ ଅକ୍ଷୟ କୁମାର ।  ସେ ଟ୍ୱଟ୍ କରି ଫିଲ୍ମ ଓ ଅନୁପମ ଖେରଙ୍କ ଅଭିନୟର ତାରିଫ କରିଥିଲେ ।

ନିକଟରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ କାଟେଗୋରୀ ସୁରକ୍ଷା ଦିଆଯାଇଥିଲା। ତେବେ କାଶ୍ମୀର ଫାଇଲ୍ସ ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ପୁନିତ ଇସର, ମିଥୁନ ଚକ୍ରବର୍ତ୍ତୀ, ପାଲ୍ଲାଭି ଯୋଶୀଙ୍କ ପରି ଭେଟେରାନ ଅଭିନେତା ମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।