ମନମୋହନ ଅବା ମୋଦି… ସରକାର କାଶ୍ମୀର ପଣ୍ଡିତଙ୍କ ପାଇଁ କରିଛନ୍ତି କ’ଣ ?

1 min read
The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ୯୦ ଦଶକରେ କାଶ୍ମୀର ଘାଟିରୁ କିଭଳି କାଶ୍ମୀର ପଣ୍ଡିତ ପଳାୟନ କରିଥିଲେ ତାହା ଚିତ୍ରଣ କରାଯାଇଛି । ଏହି ଫିଲ୍ମ ଆସିବା ପରେ ଆଲୋଚନା ହେଉଛି ସରକାର କାଶ୍ମୀର ପଣ୍ଡିତଙ୍କ ଲାଗି କ’ଣ କରିଛନ୍ତି । ଏହାକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି । ବିଜେପି ଓ କଂଗ୍ରେସ ନେତା ସେମାନେ କରିଥିବା କାର୍ଯ୍ୟକୁ ନେଇ ଦାବି ବି ରଖୁଛନ୍ତି । ଆଉ ସଂସଦରେ ଏହାକୁ ନେଇ ବି ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । ଆସନ୍ତୁ ଖୋଜିବା ସେସବୁ ପ୍ରଶ୍ନ ଓ ଉତ୍ତର…

The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley

କେତେ ଚାକିରି ମିଳିଛି ?

ମୋଦି ସରକାର ପ୍ରବାସୀ କାଶ୍ମୀରଙ୍କ ଲାଗି ୨୦୧୫ରେ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଆରମ୍ଭ କରିଥିଲେ । ଏଥିରେ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା । ୨୦୨୨ ଫେବ୍ରୁଆରୀରେ ସରକାର ରାଜ୍ୟସଭାରେ କହିଥିଲେ, ଏହି ପ୍ୟାକେଜରେ ଏବେ ଯାଏ ୧ ହଜାର ୭୩୯ ଜଣ ପ୍ରବାସୀଙ୍କୁ ଚାକିରି ଦିଆଯାଇଛି । ଯେତେବେଳେ କି ୧ ହଜାର ୯୮ ପ୍ରବାସୀଙ୍କୁ ଚୟନ କରାଯାଇଛି । ଏଥିପାଇଁ ସରକାର ୧୦୮୦ କୋଟି ଟଙ୍କାର ଫଣ୍ଡ ରଖିଛନ୍ତି ।

The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley
FILE PIC

ଏହାବାଦ୍ ୨୦୦୮ରେ ମନମୋହନ ସରକାର ମଧ୍ୟ ଚାକିରି ପାଇଁ ପ୍ୟାକେଜ୍ ଜାରି କରିଥିଲେ । ମନମୋହନ ସରକାର ୩ ହଜାର ସରକାରୀ ଚାକିରି ବାହାର କରିଥିଲେ । ଗୃହ ମନ୍ତ୍ରଣାଳୟର ୨୦୧୭ ରିପୋର୍ଟ ଅନୁସାରେ, ସେଥି ମଧ୍ୟରୁ ୨ ହଜାର ୪୬୧ ଜଣ ପ୍ରବାସୀ କାଶ୍ମୀରଙ୍କୁ ନିଯୁକ୍ତି ଦିଆଯାଇଛି ।

ଘର ପାଇଁ କ’ଣ କରାଯାଇଛି ?

୨୦୨୨ ଫେବ୍ରୁଆରୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ, ପ୍ରବାସୀ କାଶ୍ମୀରଙ୍କ ଲାଗି ରାଜ୍ୟରେ ଘର ପାଇଁ ୯୨୦ କୋଟି ଟଙ୍କା ବ୍ୟୟରେ ଘାଟିରେ ୬ ହଜାର ଟାଞ୍ଜିଟ୍ ଗୃହ ତିଆରି କରାଯାଉଛି । ଉକ୍ତ କୋଠାରେ ସରକାରୀ ଚାକିରି ପାଇଁ ଫେରିଥିବା ପ୍ରବାସୀଙ୍କୁ ରଖାଯିବ । ଗତ ୫ ବର୍ଷରେ ୬୧୦ ଜଣ ପ୍ରବାସୀଙ୍କୁ ତାଙ୍କ ଜମି ଫେରାଇ ଦିଆ ଯାଇଛି ।

The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley

ସେହିଭଳି ପ୍ରବାସୀ କାଶ୍ମୀରଙ୍କୁ ଫେରାଇ ଆଣିବା ଲାଗି ମନମୋହନ ସରକାର ୨୦୦୪ ଓ ୨୦୦୮ରେ ୨ଟି ପ୍ୟାକେଜ୍ ଦେଇଥିଲେ । ଯେଉଁଥିରେ ଜମ୍ମୁର ୪ଟି ଅଞ୍ଚଳରେ ୨ କୋଠରୀ ବିଶିଷ୍ଟ ୫ ହଜାର ୨୪୨ଟି ଘର ନିର୍ମାଣ କରାଯାଇଥିଲା । ଏହା ଛଡ଼ା କାଶ୍ମୀରର ବଡ଼ଗାମ ଜିଲ୍ଲାର ଶେଖପୋରାରେ ୨୦୦ ଫ୍ଲାଟ୍ ବି ତିଆରି ହୋଇଥିଲା । ଗୃହ ମନ୍ତ୍ରଣାଳୟ ଅନୁସାରେ, ଉକ୍ତ ୨୦୦ ଫ୍ଲାଟ୍ସରୁ ୩୧ଟି ଫ୍ଲାଟକୁ ସ୍ଥାନୀୟ ପ୍ରବାସୀଙ୍କୁ ଦିଆଯାଇଛି । ସେମାନେ ଘାଟିରେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲେ ।

ଥଇଥାନ ପାଇଁ କ’ଣ ହୋଇଛି ?

The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley

ଘାଟିରୁ ହଜାର ହଜାର ପରିବାର ପଳାଇ ଥିଲେ । କିନ୍ତୁ ମାତ୍ର ଅଳ୍ପ କିଛି ପରିବାର ଫେରିଛନ୍ତି । ୨୦୨୧ ମାର୍ଚ୍ଚ ୧୭ରେ ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ, ବିଗତ କିଛିବର୍ଷ ମଧ୍ୟରେ ସରକାରୀ ଚାକିରି ପାଇଁ ୩ ହଜାର ୮୦୦ ପ୍ରବାସୀ କାଶ୍ମୀର ଘାଟିକୁ ଫେରିଛନ୍ତି । ଏହା ପୂର୍ବରୁ ୨୦୧୧ ଡିସେମ୍ବର ସରକାର ଲୋକସଭାରେ କହିଥିଲେ ଘାଟିକୁ କୌଣସି ପ୍ରବାସୀ କାଶ୍ମୀର ଫେରି ନାହାନ୍ତି ।

କେତେ ମିଳିଛି ଆର୍ଥିକ ସହାୟତା ?

The Kashmir Files Know What Manmohan Singh And Modi Government Did For Kashmiri Pandit To Return Valley

ଘାଟି ଛାଡ଼ିଥିବା ଅଧିକାଂଶ ପରିବାରରେ ଜମ୍ମୁରେ ରହୁଛନ୍ତି । ତଥାପି ହଜାର ହଜାର ପ୍ରବାସୀ ଦିଲ୍ଲୀ-ଏନସିଆର୍ ସହ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ୨୦୨୧ ମାର୍ଚ୍ଚ ୧୭ରେ କେନ୍ଦ୍ର ସରକାର ଲୋକସଭାରେ କହିଥିଲେ, ପ୍ରବାସୀଙ୍କୁ ପ୍ରତି ମାସରେ ୧୩ ହଜାର ଟଙ୍କା ନଗଦ ଦିଆଯାଉଛି । ଗୃହ ମନ୍ତ୍ରଣାଳୟ ଅନୁସାରେ, ପ୍ରବାସୀ କାଶ୍ମୀର ପରିବାର ବ୍ୟକ୍ତି ପିଛା ମାସିକ ୯ କେଜି ଚାଉଳ, ୨ କେଜି ଅଟା ଓ ଗୋଟିଏ କେଜି ଚିନି ଦିଆଯାଉଛି ।

ଘାଟି ଛାଡ଼ିଥିଲେ କେତେ କାଶ୍ମୀର ପଣ୍ଡିତ ?

୧୯୯୦ରେ ଘାଟିରେ ଆତଙ୍କବାଦୀଙ୍କ ଆତଙ୍କରାଜ ଆରମ୍ଭ ହୋଇଥିଲା । ଆଉ ଘାଟି ଛାଡ଼ି ଚାଲି ଯାଇଥିଲେ କାଶ୍ମୀର ପଣ୍ଡିତ । ରାଜ୍ୟସଭାରେ ସରକାର ଦେଇଥିବା ତଥ୍ୟ ଅନୁସାରେ, ପ୍ରାୟ ୪୪ ହଜାର ୬୮୪ ପ୍ରବାସୀ ପରିବାର ଅଛନ୍ତି । ଯେଉଁ ପରିବାରରେ ମୋଟ ୧ ଲକ୍ଷ ୫୪ ହଜାର ୭୧୨ ଜଣ ସଦ୍ୟସ ରହିଛନ୍ତି ।