ଖସିଲା ‘ଦ କାଶ୍ମୀର ଫାଇଲ୍ସ’ର ରେଟିଂ, ବର୍ଷିଲେ ଫିଲ୍ମର ନିର୍ଦ୍ଦେଶକ

1 min read

ମୁମ୍ବାଇ: ବକ୍ସ ଅଫିସରେ ଧମାଲ୍ କରୁଛି ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ । ରିଲିଜ ପରଠାରୁ ଦର୍ଶକଙ୍କ ଭଲ ରେସପୋନ୍ସ  ମିଳୁଛି । ଫିଲ୍ମ କି୍ରଟିକ୍ସ ମାନେ ପସନ୍ଦ କରିଛନ୍ତି। ଫିଲ୍ମକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି।

କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ଭଲ ଇନକମ୍ ମଧ୍ୟ କରିଛି। ପ୍ରାୟ ସମସ୍ତେ ଜାଣିଥିବେ ଗୋଟେ ଫିଲ୍ମ ପାଇଁ IMDb ରେଟିଂ କେତେ ଜରୁରୀ? ରେଟିଂ ଯୋଗୁଁ ଗୋଟେ ଫିଲ୍ମ ସୋସିଆଲ୍ ମିଡିଆରେ ହିଟ୍ ଓ ଫ୍ଲପ୍ ବି ହୋଇପାରେ। ଏହା ମଧ୍ୟରେ କାଶ୍ମୀର ଫାଇଲ୍ସର ରେଟିଂ ୮.୩କୁ ଖସିଛି । ଯାହାର ରେଟିଂ ପୂର୍ବରୁ 9.9 ରହିଥିଲା । ୮.୩  ରେଟିଂ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଭୋଟ୍ ଆଧାରରେ ନିର୍ଦ୍ଧାରିତ । ୯୪% ଲୋକ ୧୦ ରେଟିଂ ଦେଇଥିବା ବେଳେ ୪% ଲୋକେ ୧ ରେଟିଂ ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଜଣେ ୟୁଜର୍ସ ବିବେକଙ୍କୁ ଟ୍ୟାଗ୍ କରି ରେଟିଂ ଖସିବା ସୂଚନା ଦେଇଥିଲେ। ଯାହା ପରେ ବର୍ଷିଛନ୍ତି  ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ।ଫିଲ୍ମର ରେଟିଂ ଖସିବା ପରେ ରାଗି ଯାଇଛନ୍ତି ବିବେକ। ରେଟିଂ ଦେଉଥିବା ସାଇଟକୁ ପ୍ରଶ୍ନ କରି  ନିର୍ଦ୍ଦେଶକ କହିଛନ୍ତି- ଏହା ଅସାମାନ୍ୟ ଓ ଅନୈତିକ ଘଟଣା।

ଟ୍ୱିଟର ୱାର୍ ଆରମ୍ଭ

IMDb ରେ ରେଟିଂ ଖସିବା ପରେ ଆରମ୍ଭ ହୋଇଛି ଟ୍ୱିଟର ୱାର୍ । ସୋସିଆଲ୍ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି- ଯେଉଁମାନେ  ଗୋଟିଏ ରେଟିଂ ଦେଇଛନ୍ତି ସେମାନେ ଫିଲ୍ମଟିକୁ ଦେଖିନାହାଁନ୍ତି । କିମ୍ବା ସେମାନେ ଏହି ଫିଲ୍ମକୁ ଘୃଣା କରୁଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି, ସାର୍ ଆମେ #TheKashmirFiles କୁ ଟ୍ୱିଟରରେ ନଂ୧ ଟ୍ରେଣ୍ଡିଂ କରି ରଖିଛୁ ।

IMDb କେମିତି ଦିଏ ରେଟିଂ-

ଏହି ୱେବସାଇଟ୍ ଲୋକଙ୍କ ମତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହି ସାଇଟରେ ଫିଲ୍ମରେ ରୁଚି ରଖୁଥିବା ଲୋକମାନେ ଆକାଉଣ୍ଟ ବନାଇପାରିବେ। ଯେଉଁଥିରେ ଫିଲ୍ମର କାଷ୍ଟ ଠାରୁ ଆରମ୍ଭ କରି କ୍ରୁ ମେମ୍ବର ପର୍ଯ୍ୟନ୍ତ ସବୁ ସୂଚନା ରହିଥାଏ । ଏହି ସାଇଟ୍ ସମସ୍ତ ଫିଲ୍ମକୁ ରେଟିଂ ଦେଇଥାଏ । ଯାହାକି ଲୋକଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଯେଉଁଥିରେ ଦର୍ଶକ ମାନେ ଫିଲ୍ମର ରିଭ୍ୟୁ ଦେଖିଥାନ୍ତି ।

ତେବେ ଏହି ରେଟିଂ ଗୁଡିକୁ ମାନିପୁଲେଟ୍ ବି କରାଯାଇପାରେ । କେଉଁ ପରିସ୍ଥିତିରେ ଏ ଫିଲ୍ମର ରେଟିଂ ଖସିଲା ତାହା ବଡ଼ ପ୍ରଶ୍ନ ଭାବେ ମୁଣ୍ଡ ଟେକିଛି ।