ଥାଇଲ୍ୟାଣ୍ଡରେ ‘ଦ କଶ୍ମୀର ଫାଇଲ୍ସ’ର ଗ୍ରାଣ୍ଡ୍‌ ସ୍କ୍ରିନିଂ, ବିବେକ ଅଗ୍ନିହୋତ୍ରୀ କହିଲେ ଫିଲ୍ମ ସମସ୍ତଙ୍କୁ…

1 min read

ନୂଆଦିଲ୍ଲୀ: ମାର୍ଚ୍ଚ ୧୧ରେ ସିନେମାଘରେ ରିଲିଜ୍‌ ହୋଇଥିବା ସିନେମା ‘ଦ କଶ୍ମୀର ଫାଇଲ୍ସ’  ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମ ରିଲିଜ୍‌ ହେବା ପରଠାରୁ ରେକର୍ଡ଼ କରି ଚାଲିଛି । ବିବେକ୍‌ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ବ୍ୟାଙ୍ଗକକ ଏବଂ ଥାଇଲ୍ୟାଣ୍ଡରେ ଗ୍ରାଣ୍ଡ୍‌ ସ୍କ୍ରିନିଂ ହୋଇଛି ।  ଯାହାକୁ ନେଇ ଟ୍ୱିଟରରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

ବିବେକ୍‌ ଅଗ୍ନିହୋତ୍ରୀ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ଥାଇଲ୍ୟାଣ୍ଡରେ ଫିଲ୍ମ ଗ୍ରାଣ୍ଡ୍‌ ସ୍କ୍ରିନିଂ ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଥିବା ଦେଖିବାକୁ ମିଳିଛି ।  ଏହି ଫିଲ୍ମକୁ ଦେଖିବା ପାଇଁ ଲୋକେ ୨୦୦ରୁ ୩୦୦ ମାଇଲ ପର୍ଯ୍ୟନ୍ତ ଅତିକ୍ରମ କରି ଆସୁଛନ୍ତି । ତେବେ ଏହି ଫିଲ୍ମ  ବିଶ୍ୱର ସମସ୍ତ ଭାରତୀୟଙ୍କ ଏକାଠି କରିଛି ବୋଲି ଟ୍ୱିଟରରେ ଲେଖିଛନ୍ତି ବିବେକ୍‌ ଅଗ୍ନିହୋତ୍ରୀ ।

ସୂଚନାଯୋଗ୍ୟ ୧୯୯୦ରେ କାଶ୍ମୀରରେ ବିଦ୍ରୋହ ସମୟରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ । ଯାହା କାଳ୍ପନିକ ନୁହେଁ ବରଂ ବାସ୍ତବ । ଫିଲ୍ମରେ କାଶ୍ମୀର ପଣ୍ଡିତଙ୍କ କଷ୍ଟ ଓ ହୃଦୟ ବିଦାରକ କାହାଣୀ ଦେଖିବାକୁ ମିଳିଛି । ଯାହା ଗଣତନ୍ତ୍ର, ଧର୍ମ ,ରାଜନୀତି ଓ ମାନବିକତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏହି ଫିଲ୍ମ ଜି ଷ୍ଟୁଡିଓ ବ୍ୟାନରରେ ନିର୍ମାଣ କରାଯାଇଛି ।