ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

1 min read

ବଲାଙ୍ଗୀର: ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍ । ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି I ଛାତ୍ରଙ୍କ ନାମ ସଦାନନ୍ଦ ମେହେର ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ସଦାନନ୍ଦଙ୍କୁ ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ବେକରେ ଏବେ ବି ପଶି ରହିଛି ଜାଭେଲିନ୍ ।

ସର୍ଜରୀ OT ଭିତରେ ଡାକ୍ତରୀ ଟିମ୍ ଚିକିତ୍ସା ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓ ମେଡିକାଲରେ ଉପସ୍ଥିତ ଅଛନ୍ତି । ସଦାନନ୍ଦ ମେହେରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ।

ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ଛାତ୍ରଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।