ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ

ବଲାଙ୍ଗୀର: ପରକିୟା ପ୍ରୀତି ସନ୍ଦେହରେ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ଵାମୀ । ବଲାଙ୍ଗୀର ବେଲପଡ଼ା ଥାନା ବାହାବଳ ଗାଁର ଅଘଟଣ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରୀରେ ତଣ୍ଟି କାଟିଦେଇ ନୃସଂଶ ସ୍ଵାମୀ ସୁଧୀର ବାଗ ଫେରାର୍ । ଗୁରୁତର ଅବସ୍ଥାରେ ପରିବାର ଲୋକ ଝିଅକୁ ପ୍ରଥମେ ବେଲପଡା ମେଡିକାଲ ନେଇଥିଲେ ତେବେ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭିମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ଗୁରୁତର ମହିଳା ୧୧ ବର୍ଷ ତଳେ ଅଭିଯୁକ୍ତ ସୁଧୀରକୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇ ଝିଅ ଅଛନ୍ତି । ଗତକାଲି ରାତିରେ ଅଭିଯୁକ୍ତ ସ୍ଵାମୀ ରାତିରେ ଲୁଚିକି ଯାଇ ତଣ୍ଟି କାଟି ଫେରାର୍ ହୋଇଥିବା ପୀଡିତା ମହିଳାଙ୍କ ଭାଉଜ କହିଛନ୍ତି । ତେବେ ପୀଡ଼ିତାଙ୍କ ପରିବାର ଭୟରେ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନାହାନ୍ତି ।