ସ୍ତ୍ରୀ ଫୋନ କଲ ନ ଉଠାଇବାରୁ ୨୩୦କିମି ଦୂରରୁ ଆସି ହତ୍ୟା କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ୧୫୦ଟି କଲର ଉତ୍ତର ଦେଲେନି ସ୍ତ୍ରୀ, ୨୩୦କିମି ଦୂରରୁ ଆସି ହତ୍ୟା କଲା ସ୍ବାମୀ । କର୍ଣ୍ଣାଟକ ହୋସକୋଟେରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀ ପ୍ରତିଭାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ବାମୀ କିଶୋର ଡି। କର୍ଣ୍ଣାଟକର ଚମରାଜପୁରରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ କିଶୋର। ୧୧ଦିନ ପୂର୍ବରୁ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରତିଭା। ଏହା ପୂର୍ବରୁ ଚରିତ୍ରକୁ ସନ୍ଦେହ କରି ଫୋନରେ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ କିଶୋର। ପରେ ୧୫୦ଟି କଲ୍ କରିଥିଲେ ବି ପ୍ରତିଭା ଉଠାଇନଥିଲେ ।
ରାଗରେ ୨୩୦କିଲୋମିଟର ଦୂରରୁ ଆସି ପ୍ରତିଭାଙ୍କୁ ସୋମବାର ସକାଳେ ତଣ୍ଟି ଚିପି ହତ୍ୟା କରିଛନ୍ତି। ନିଜେ ମଧ୍ୟ କିଶୋର କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତବର୍ଷ ଉଭୟଙ୍କ ବିବାହ ହୋଇଥିଲା। ପ୍ରଥମରୁ ହିଁ ପ୍ରତିଭାଙ୍କୁ ସନ୍ଦେହ କରୁଥିଲେ କିଶୋର। ପ୍ରତିଭାଙ୍କ ଫୋନ୍ କଲ୍ ଓ ମେସେଜ୍ ନିୟମିତ ଯାଞ୍ଚ କରୁଥିବା ଅଭିଯୋଗ ହୋଇଛି।