ବର୍ଷାରେ ଧୋଇଯାଇଛି ଘର, ପର ପିଣ୍ଡାରେ ରାତି କାଟୁଛି ପୁରା ପରିବାର

The house was washed away in the rain, and the whole family spent the night In Veranda

ସମ୍ବଲପୁର: ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । କିନ୍ତୁ ସମ୍ବଲପୁର ଜିଲ୍ଲା ଡାକରା ପଞ୍ଚାୟତରେ ଏଥିରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଛନ୍ତି । ଏମତି କି ପ୍ରଶାସନକୁ ଗୁହାରି କରି ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଲୋକେ । ସେମିତି ଜଣେ ହିତାଧିକାରୀ ହେଉଛନ୍ତି ଡାକରା ଗାଁ ହରିଜନପଡ଼ାର ମାନସ ଦୀପ ।

Sambalpu Abas

ଯେଉଁଠି ରନ୍ଧା ସେଠି ଶୟନ । ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ମିଳିନି ସରକାରୀ ଆବାସ । ଅଭିଯୋଗ ପରେ ବି ଫଳ ଶୂନ । ସମ୍ବଲପୁର ଜିଲ୍ଲା ଡାକରା ଗାଁ ହରିଜନପଡ଼ାର ମାନସ ଦୀପ । ବର୍ଷା ଆଗରୁ ଭାଙ୍ଗି ଯାଇଛି ତାଙ୍କର ଘର । ସେହିଦିନରୁ ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ପୂରା ପରିବାର । ଯଦି ବର୍ଷା ହୁଏ ତେବେ, ପୁରା ପରିବାରକୁ ରାତି ଅନିଦ୍ରା ହେବାକୁ ପଡ଼ିଥାଏ । ନଚେତ୍‌ ପରଘର ପିଣ୍ଡାରେ ମୁଣ୍ଡଗୁଞ୍ଜିବାକୁ ପଡ଼େ ।

Sambalpu Abas

ଅର୍ଥାଭାବ ଯୋଗୁଁ ସେ ଘର ନିର୍ମାଣ କରିବାରେ ଅସମର୍ଥ । ଆବାସ ଯୋଜନା ପାଇଁ ବାରମ୍ବର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ତାଙ୍କ କଥା ।

Sambalpu Abas

କେବଳ ମାନସଙ୍କ ପରିବାର ନୁହନ୍ତି, ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ଘର ପାଇନାହାନ୍ତି । ସରକାରୀ ସହାୟତା ପାଇଁ ସେମାନେ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ସେମାନେ ଘର  ଖଣ୍ଡିଏ ପାଇପାରି ନାହାନ୍ତି ।

ତେବେ ଏନେଇ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା କଥା, କୋଭିଡ୍‌ କଟକଣା ପାଇଁ ଘର ମିଳିପାରି ନାହିଁ । ବିଡିଓଙ୍କ ନିର୍ଦ୍ଦେଶ ଆସିଲେ ଖୁବଶିଘ୍ର ସେମାନଙ୍କୁ ଘର ଯୋଗାଇ ଦିଆଯିବ ।

Leave a Reply