ନିଆଳିରେ ନବନିର୍ବାଚିତ ସରପଞ୍ଚଙ୍କ ଘରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କଟକ: କଟକ ଜିଲ୍ଲା ନିଆଳିରେ ବୋମାମାଡ଼ । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନ ବ୍ରାହ୍ମଣବାଟି ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ ହୋଇଛି । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ନିର୍ବାଚନକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି । ନିର୍ବାଚନ ଫଳାଫଳ ପରେ ଉଭୟ ପକ୍ଷ ମଧ୍ୟରେ ହାର ଜିତକୁ ନେଇ ଛକା ପଂଝା ଲାଗି ରହିଥିଲା । ତେଣୁ ବୋମାମାଡ଼ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ବୋଲି ସନ୍ଦେହ କରାଯାଉଛି ।
ନବ ନିର୍ବାଚିତ ସରପଞ୍ଚ ପ୍ରାର୍ଥୀ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଏହା ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏପରି ଦୁର୍ବୃତ୍ତମାନଙ୍କ ଆଚରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।