ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି, ଖୁବ୍ ଶୀଘ୍ର ଡ଼କାଯିବ ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ଖୁବ ଶୀଘ୍ର କମିଟିର ବୈଠକ ଡ଼କାଯିବ । ଏଥିରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।  ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହେବ । ବିଧାନସଭା ଗୃହ କମିଟିରେ ୮ ଜଣ ସଦସ୍ୟ ଅଛନ୍ତି । ଗତ ୩୧ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ଦେବୀ ମିଶ୍ର, ନରସିଂହ ମିଶ୍ର, ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏହି ଗୃହ କମିଟିରେ ସଦସ୍ୟ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ପ୍ରକଳ୍ପ ନେଇ ବିଜେପି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମହାପ୍ରଭୁଙ୍କୁ ନେଇ ବିଜେପି ରାଜନୀତି ନକରୁ । ରାଜନୀତି ଛାଡ଼ି ବିକାଶ କରିବାକୁ କହିଛନ୍ତି ତାରା ।