ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା, ଆଜିଠୁ ଓଡ଼ିଶା ଭ୍ରମଣ କରିବ ହକି ବିଶ୍ୱକପ ଟ୍ରଫି

1 min read

ଭୁବନେଶ୍ୱର: ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ଆଜିଠୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିଛି ଟ୍ରଫି ।

ସୂଚନା ଅନୁସାରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।