କାହିଁକି ପାଳନ ହୁଏ ଭାଲେଣ୍ଟାଇନ୍ ଡେ’; ଜାଣନ୍ତୁ ଏହାର ଇତିହାସ ..

ନନ୍ଦିଘୋଷ ବ୍ୟୁରୋ: ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ । ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ପାଳନ କରାଯାଏ । ତେବେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି କଣ ରହିଛି ମହତ୍ତ୍ବ । ଏହାକୁ ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଅଛି ?

ଭାଲେଣ୍ଟାଇନ୍ସ ଡେ’ର ଇତିହାସ କ’ଣ ?

ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, କିନ୍ତୁ ସବୁଠାରୁ ପ୍ରସିଦ୍ଧ କାହାଣୀଟି ତୃତୀୟ ଶତାବ୍ଦୀର ରୋମ ସହିତ ଜଡିତ। ରୋମ ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟ ବିଶ୍ୱାସ କରୁଥିଲେ ଯେ ବିବାହ ସୈନିକମାନଙ୍କୁ ଦୁର୍ବଳ କରିଥାଏ, ତେଣୁ ସେ କମ୍ ବୟସର ସୈନିକମାନଙ୍କର ବିବାହକୁ ନିଷେଧ କରିଥିଲେ। କିନ୍ତୁ ସନ୍ଥ ଭାଲେଣ୍ଟାଇନ୍ ରାଜାଙ୍କ ଆଦେଶକୁ ଅବମାନନା କରି ଗୁପ୍ତ ଭାବରେ ଅନେକ ସୈନିକଙ୍କୁ ବିବାହ କରାଇଥିଲେ । ଯେତେବେଳେ ରାଜା ଏହା ଜାଣିପାରିଲେ, ସେ ଫେବୃଆରୀ ୧୪ ତାରିଖରେ ସନ୍ଥ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦେଲେ। କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନଙ୍କୁ ଯେଉଁ ଜେଲରେ ବନ୍ଦୀ କରାଯାଇଥିଲା, ସେହି ଜେଲରଙ୍କ ଝିଅକୁ ସେ ପ୍ରେମ କରି ବସିଥିଲେ । ତାଙ୍କୁ  ଫାଶୀ ହେବା ପୂର୍ବରୁ, ସନ୍ଥ ଭାଲେଣ୍ଟାଇନ ଜେଲରଙ୍କ ଝିଅକୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଶେଷରେ ସେ “ତୁମର ଭାଲେଣ୍ଟାଇନ” ଲେଖିଥିଲେ । ସେବେଠାରୁ, ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା । ଏବଂ  ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ ଆରମ୍ଭ ହେଲା ।

ଭାଲେଣ୍ଟାଇନ୍ ଡେ’ ଆରମ୍ଭ:

ରୋମାନ୍‌ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।

ଏହି ଦିବସ କାହିଁକି ପାଳନ କରାଯାଏ?

ଭାଲେଣ୍ଟାଇନ୍ସ ଡେ’ କେବଳ ଦମ୍ପତିଙ୍କ ପାଇଁ ନୁହେଁ; ଏହା ପ୍ରେମ ଏବଂ ବନ୍ଧୁତାରେ ଗଭୀରତା ଦେଖାଇବାର ଦିନ। ଏହି ଦିନଟି ଆମକୁ ଶିଖାଏ ଯେ ଆମ ପ୍ରିୟଜନଙ୍କ ପ୍ରତି ଆମର ପ୍ରେମ ପ୍ରକାଶ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ସାରା ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ ଏବଂ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଦମ୍ପତିମାନେ ପରସ୍ପରକୁ ଉପହାର, କାର୍ଡ, ଫୁଲ ଏବଂ ରୋମାଣ୍ଟିକ ଶୁଭେଚ୍ଛା ପଠାନ୍ତି। ଆପଣ ମଧ୍ୟ ଆପଣଙ୍କ ଜୀବନର ସେହି ବିଶେଷ ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’କୁ ମଧ୍ୟ ସ୍ୱତନ୍ତ୍ର କରିପାରିବେ।

ଭାଲେଣ୍ଟାଇନ୍ସ ଡେ କିପରି ପାଳନ କରିବେ?

ଆପଣ ଆପଣଙ୍କ ସାଥୀଙ୍କ ସହିତ ଭାଲେଣ୍ଟାଇନ୍ସ ଡେକୁ ଅନେକ ସୁନ୍ଦର ଉପାୟରେ ପାଳନ କରିପାରିବେ। ଏହି ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ, ଆପଣ ଏକ ରୋମାଣ୍ଟିକ ଡେଟ୍ ଯୋଜନା କରିପାରିବେ, ଯେପରିକି କ୍ୟାଣ୍ଡେଲଲାଇଟ୍ ଡିନର, ଲଙ୍ଗ ଡ୍ରାଇଭ୍ କିମ୍ବା ସିନେମା ଦେଖିବା ପାଇଁ ଯାଇପାରିବେ । ଆପଣଙ୍କ ସାଥୀଙ୍କୁ ସରପ୍ରାଇଜ ଦେବା ପାଇଁ ଆପଣ ଫୁଲ, ଚକୋଲେଟ୍, ଏବଂ ଅନ୍ୟାନ୍ୟ ଉପହାର ଦେଇପାରିବେ। ଭାଲେଣ୍ଟାଇନ୍ସ ଡେ କେବଳ ଉପହାର ଦେବା କିମ୍ବା ଡେଟରେ ଯିବା ନୁହେଁ, ବରଂ ଏହା ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ପ୍ରକାଶ କରିବାର ଦିନ। ତୁମେ ଏହାକୁ ସରଳ ଉପାୟରେ ମଧ୍ୟ ସ୍ୱତନ୍ତ୍ର କରିପାରିବ । ଆପଣ ଏହାକୁ ଆପଣଙ୍କ ସାଥୀ, ବନ୍ଧୁଙ୍କ ସହିତ ପାଳନ କରିପାରିବେ । ଏହି ଦିନଟି ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ଦିଏ।