ସଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା, 5Tରେ ସାମିଲ ପରେ ବଦଳୁଛି ଧର୍ମଗଡ଼ ହସ୍ପିଟାଲର ରୂପରେଖ

1 min read

ଧର୍ମଗଡ଼: ପ୍ରତି ଜୀବନ ମୂଲ୍ୟବାନ । ସଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା । 5Tରେ ସାମିଲ ପରେ ବଦଳୁଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ହସ୍ପିଟାଲର ରୂପ ରେଖ । ପ୍ରତିଟି ରୋଗୀଙ୍କୁ ଏଠାରେ ମିଳିବ ଉପଯୁକ୍ତ ଚିକିତ୍ସା । ମାଆ ଓ ଶିଶୁ ପାଇଁ ୯ କୋଟିରୁ ଅଧିକ ଟଙ୍କାରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି l ଚିକିତ୍ସା ପାଇଁ ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି ପଡୋଶୀ ଛତିଶଗଡ଼, ନବରଙ୍ଗପୁର, କଳାହାଣ୍ଡି ସାଙ୍ଗକୁ ନୂଆପଡ଼ାର ଲୋକ l ଏହାକୁ ଦୃଷ୍ଟିରେ ରଖି ମେଡିକାଲର ଉନ୍ନତିକରଣ ଆରମ୍ଭ ହୋଇଛି । ୬ ଜଣ ଡାକ୍ତର ମେଡିକଲରେ ନିଯୁକ୍ତି ପାଇଥିବା ବେଳେ ଆହୁରି ଡାକ୍ତର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।

ହସ୍ପିଟାଲରେ ଚକ୍ଷୁ, ଦାନ୍ତ ରୋଗ, ଶୈଲ୍ୟ ଚିକିତ୍ସା ଭେଷଜ ଚିକିତ୍ସା ହୋଇପାରୁଛି । ଅତ୍ୟାଧୁନିକ ଏକ୍ସରେ ଓ ଯକୃତ ରୋଗ ଭଳି ଟେଷ୍ଟ ସେବା ବି ଏଠାରେ ଉପଲବ୍ଧ ହୋଇଛି l ପୂର୍ବରୁ ଚିକିତ୍ସା ପାଇଁ ଦୂର ଦୁରାନ୍ତ ତଥା ବିଶାଖାପାଟଣା, ରାୟପୁର ଯାଉଥିଲେ ଲୋକେ । ହେଲେ ଏବେ ଚିକିତ୍ସା ସେବା ଲୋକଙ୍କ ହାତ ମୁଠାରେ l ରାଜ୍ୟ ସରକାର କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ତାହା ଧର୍ମଗଡରେ ଦେଖିବାକୁ ମିଳିଛି l ପ୍ରଥମେ କୃଷି ପାଇଁ ଜଳସେଚନ, ପରେ ପାନୀୟ ଜଳ, ଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡ, ଶିକ୍ଷା ପାଇଁ ଏକ ମାତ୍ର ମହିଳା ବିଦ୍ୟାଳୟକୁ ଆମ କଲେଜରେ ସାମିଲ ଆଉ ଏବେ ବଦଳୁଛି ମେଡିକାଲର ରୂପ ରେଖ l