ହମାସ ଆତଙ୍କୀ ଶିବିର ମଧ୍ୟରେ ରହିଛି ଏକାଧିକ ଟନେଲ ଓ ସୁଡ଼ଙ୍ଗ

1 min read

ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ୩୫୦ ଟାର୍ଗେଟ୍ । ହମାସ ଆତଙ୍କୀ ଶିବିର ମଧ୍ୟରେ ରହିଛି ଏକାଧିକ ଟନେଲ ଓ ସୁଡ଼ଙ୍ଗ। ଗୋଟି ଗୋଟି କରି ଆତଙ୍କୀ ଟାର୍ଗେଟକୁ ମାଟିରେ ମିଶାଉଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ । ଗାଜାରେ ଇସ୍ରାଏଲର ଚାଲିଛି ଗ୍ରାଉଣ୍ଡ ଅପରେସନ। ଜଳ, ସ୍ଥଳ ଏବଂ ଆକାଶ ସବୁଆଡୁ ଆତଙ୍କୀ ଉପରେ ବର୍ଷୁଛି ବୋମା । ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଉତ୍ତର ଗାଜା । ଆଗକୁ ଆହୁରି ଜୋରଦାର ହେବ ଲଢେଇ । ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ସେ କହିଥିଲେ, ଦେଶବାସୀଙ୍କ ସୁରକ୍ଷା ପାଇଁ ଏ ଲଢେଇ । ଦେଶବାସୀଙ୍କ ଲାଗି ଏବେ ପରୀକ୍ଷାର ମୁହୂର୍ତ୍ତ । କେମିତି ଅନ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଗାଜା-ଇସ୍ରାଏଲ ଯୁଦ୍ଧ ୨୩ ଦିନରେ ପହଞ୍ଚିଛି ।For Israeli forces, the enemy lurks underground in Gaza - India Today

ବନ୍ଧକଙ୍କୁ ଛାଡିବାକୁ ଇସ୍ରାଏଲକୁ ପ୍ରସ୍ତାବ ଦେଇଛନ୍ତି ହମାସ ଆତଙ୍କୀ । ଇସ୍ରାଏଲରେ ଥିବା ସମସ୍ତ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କଲେ ପଣବନ୍ଦୀଙ୍କୁ ଖଲାସ କରିବାକୁ ପ୍ରତିଶ୍ରୁତି ଦେଇଛି ହମାସ । ଯୁଦ୍ଧର ଘମାଘୋଟ ମଧ୍ୟରେ ଗାଜାବାସୀଙ୍କୁ ଦକ୍ଷିଣ ଅଂଚଳକୁ ଯିବାକୁ ନିର୍ଦ୍ଦେଶ ଦେଉଛି ଇସ୍ରାଏଲ ସେନା। ଶନିବାର ଗାଜାରେ ମୋବାଇଲ  ଓ ଇଣ୍ଟରନେଟ୍ ସେବା ପୁରା ବନ୍ଦ ହୋଇଯାଇଥିଲା ।