ରାଜଧାନୀରେ ଚାଞ୍ଚଲ୍ୟ, ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ କିରୋସିନ ଢାଳି ପୋଡ଼ି ହତ୍ୟା ସନ୍ଦେହ । ଘର ଭିତରୁ ମିଳିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଖାରବେଳ ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳ ପ୍ଲଟ ନମ୍ବର ୨୪ରେ । ଏହି ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମହିଳା ଜଣକ ହେଉଛନ୍ତି ୫୨ ବର୍ଷୀୟ ମିନୁଶ୍ର ପ୍ରହରାଜ । ତେବେ ଏହି ଘଟଣା ପରେ ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଛି ପୋଲିସ୍ । ତେବେ ଶେଷ ଥର ପାଇଁ ସ୍ତ୍ରୀଙ୍କୁ ଗତକାଲି ରାତି ୯ଟା୩୦ରେ ଦେଖିଥିଲେ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ ।