ରାଜ୍ୟରେ ଛାତ୍ରଛାତ୍ରୀଙ୍କ ନାଁରେ ସରକାର କଲେ ବୀମା

1 min read
Minister Samir Das On High School Issue Says No Departmental Decision Was Taken

ଭୁବନେଶ୍ୱର: ରାଜ୍ୟରେ ୮ ଲକ୍ଷ ୬୪ ହଜାର ୪୯୯ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ବିମାଭୁକ୍ତ କରିଛନ୍ତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ ଏବେ ଅଛନ୍ତି ମୋଟ ୨୧ ଲକ୍ଷ ୨୮ ହାଜର ୨୪୬ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ । ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନ୍‌ସ୍ୟୁରାନ୍ସ ସ୍କିମ୍‌ ପ୍ରଚଳନ କରାଯାଇଛି ।

Schools in Odisha to remain closed till 31st December 2020
File Photo

ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଏଥିପାଇଁ ୨ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ସେହିପରି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ୩ଟଙ୍କା ଆଦାୟ କରାଯାଉଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ତେବେ ରାଜ୍ୟରେ ପିଲାଙ୍କୁ ପାଠ ପଢ଼ା ତଥା ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ସରକାର ସ୍କୁଲ ମିଶ୍ରଣ କରୁଛନ୍ତି । ପ୍ରତ୍ୟେକ ସ୍କୁଲରେ ଯେଭଳି ଖେଳ ପଡିଆ, ବିଜ୍ଞାନ ଗାର, ଲାଇବ୍ରେରୀ ବ୍ୟବସ୍ଥା ରହିବ ସେନେଇ ପ୍ରସ୍ତୁତି କରାଯାଉଛି । ଏହାଦ୍ୱାରା ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବଢିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ।

Leave a Reply