ଶିମିଳିପାଳରେ ପଡ଼ୁଛି ବରଫ, ପ୍ରବଳ ଥଣ୍ଡା ଯୋଗୁ ଅସ୍ତବ୍ୟସ୍ତ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଥଣ୍ଡାର ପ୍ରକୋପରେ ଥୁଡୁକି ଯାଉଛି ଦେହ । ଭୋରରୁ ବାଟ ଚାଲିବା ମୁସକିଲ କରୁଛି କୁହୁଡି । ସକାଳ ୯ଟାରେ ବି ଘରୁ ବାହାରିବା ଅସମ୍ଭବ ହେଉଛି । ଶୀତରୁ ରକ୍ଷା ପାଇଁ ନିଆଁର ସାହାରା ନେଉଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜୀବନ । ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୧ ଡ଼ିଗ୍ରୀରେ ପହଞ୍ଚିଛି । ଫଳରେ ସକାଳୁ ସକାଳୁ ଘାସ ଉପରେ ବରଫ ପଡୁଥିବା ଦେଖିବାକୁ ମିଳିଛି ।
ସେପଟେ ଥଣ୍ଡାରେ ଥରୁଛି ସୁନ୍ଦରଗଡ଼ । ଚଳିତ ବର୍ଷ ଡେରିରେ ଆସିଛି ହେଲେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ଶୀତ । କିଛି ଦିନ ହେବ ସୁନ୍ଦରଗଡ ବିଭିନ୍ନ ସ୍ଥାନରେ ପାରଦ ୮ ଡିଗ୍ରୀ ତଳକୁ ଖସିଛି । ଲୋକେ ଥଣ୍ଡାରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଯୋଗାଡ ଲଗାଇଛନ୍ତି ।
ଜଙ୍ଗଲୀ ଫୁଲରେ ମୋତି ଭଳି ଝଲସୁଛି ଶିଶିର ବିନ୍ଦୁ । ଶୀତଳ ଜଳକୁ ଢାଙ୍କି ରଖିଛି କୁହୁଡି। ଥଣ୍ଡାର ସ୍ପର୍ଶରେ ପ୍ରକୃତି ଅପରୂପ ଦୃଶ୍ୟ ଦେଖି ଆନମନା ହୋଇଛି କବି ମନ ।