ଗ୍ଲୋବାଲ ଫୋକସ ଏଜୁକେସନର ପୂର୍ବତନ ନିର୍ଦ୍ଦେଶକ ସ୍ବାଧୀନ ମହାପାତ୍ର ଗିରଫ

ଭୁବନେଶ୍ୱର : ଗିରଫ ହେଲେ ଗ୍ଲୋବାଲ ଫୋକସ ଏଜୁକେସନର ପୂର୍ବତନ ନିର୍ଦ୍ଦେଶକ ସ୍ବାଧୀନ ମହାପାତ୍ର । ପୁର୍ବରୁ ଛାତ୍ର ଛାତ୍ରୀଙ୍କ ଟଙ୍କା ହେରଫେର ନେଇ ହେଇଥିଲା ଅଭିଯୋଗ । ସ୍ବାଧିନ ଫେବୃଆରୀରେ ଗ୍ଲୋବାଲା ଫୋକସ ଏଜୁକେସନ ରୁ ଚାକିରି ଛାଡ଼ି ଦେଇଥିଲା । ୟୁକ୍ରେନ ଯୁଦ୍ଧ ସମୟର ଓଡ଼ିଶା ଫେରିଥିବା ବିଭିନ୍ନ ମେଡ଼ିକାଲ୍ କଲେଜ୍ ରେ ଆଡ଼ମିଶନ ହେଇଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ୍ ଆଣିଦେବା ପାଇଁ ନେଇଥିଲା ଲକ୍ଷାଧିକ ଟଙ୍କା । ଟଙ୍କା ନେବା ପରେ ଛାତ୍ର ଛାତ୍ରୀଙ୍କୁ ଦେଇ ନଥିଲା ଟିସି । ନିର୍ଦ୍ଦେଶକ ମିର୍ଜା ଅବଦୁଲ ଜାହିର ସହିଦନଗର ଥାନାର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୪୭ ଲକ୍ଷ ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ । ସ୍ବାଧୀନର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଜବଦ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ।