spot_img

Latest Posts

ଜାନୁଆରୀ ମାସ ଛୁଟି ଦିନରେ ଖୋଲା ରହିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ

ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ଛୁଟିଦିନ ଗୁଡିକରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ। ମାସର ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ  ଖୋଲା ରହିବ ଉଦ୍ୟାନ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି  ଛୁଟିରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣ  ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି  ପାରିବେ।

ଆଜି ନୂଆ ବର୍ଷରେ ମଧ୍ୟ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିଛନ୍ତି। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି ।

 

Latest Posts

Don't Miss