ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି, ମନ୍ଦିରରେ ଏବେବି ୧୪୪ ଧାରା ବଳବତ୍ତର

ବଡ଼ମ୍ବା: କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି । ଅସ୍ଥାୟୀ ମନ୍ଦିରରେ ମାଆଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ମନ୍ଦିରରେ ଏବେବି ୧୪୪ ଧାରା ବଳବତ୍ତର ରହିଛି। ମନ୍ଦିରର ଗର୍ଭଗୃହରେ ଗତ ଦୁଇ ଦିନ ଧରି ୫ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଥିଲା । ୨୪ ଘଣ୍ଟା ପରେ ଆଜି ସକାଳ ସୁଧା ମନ୍ଦିର ମଧ୍ୟରେ ଜଳସ୍ତର ସମ୍ପୂର୍ଣ୍ଣ କମିଯାଇଛି । ଆଜି ସକାଳ ୧୦ଟାରେ ଠାକୁରାଣୀଙ୍କ ନୀତି ପୂର୍ବରୁ ଗର୍ଭଗୃହକୁ ସୋଧ କରାଯାଇ ଠାକୁରାଣୀଙ୍କ ପ୍ରତିମାକୁ ବିଜେସ୍ଥଳୀକୁ ଆଣିବା ପାଇଁ ସୂଚନା ଦେଇଛି ଦେବୋତ୍ତର ବିଭାଗ । ବନ୍ୟାଜଳ ମନ୍ଦିରରେ ପ୍ରବେଶ କରିଥିବାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ମା’ଙ୍କ ମନ୍ଦିର ନିକଟରେ ଥିବା ରତ୍ନଗିରି ପାହାଡରେ ଅସ୍ଥାୟୀ ପୀଠକୁ ନିଆଯାଇଥିଲା ।