ଆଜି ଲୋକାର୍ପିତ ହେବ ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନକୁ ଆଜି ଅପରାହ୍ନରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ଏହି ସ୍ୱତନ୍ତ୍ର ତଥା ଆଦର୍ଶ ଭେଣ୍ଡିଂ ଜୋନ୍ । ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି। ଏଥିପାଇଁ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଅଭିରାମ ଆଞ୍ଚଳିକ ମହିଳା ମହାସଂଘ ଦ୍ୱାରା ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି।

ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଗକୁ ବିଏମସିର ଅନ୍ୟ ଜୋନରେ ଅନୁରୂପ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କରିବାକୁ ବିଏମସି ଯୋଜନା ରଖିଛି ।