ଆସନ୍ତା ୭ ତାରିଖରେ ଛତିଶଗଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଛତିଶଗଡ : ଆସନ୍ତା ୭ ତାରିଖରେ ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ  । ତା ପୂର୍ବରୁ ରାଜ୍ୟରେ ସୁରକ୍ଷାକୁ କଡାକଡି କରିଛି ପ୍ରଶାସନ  । ମାଓ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି  । ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରହିଛି  ।  ଏହାରି ଭିତରେ ଆଜି ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ବିଏସଏଫ୍  ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ନକ୍ସଲଙ୍କ ସମସ୍ତ କ୍ୟାମ୍ପକୁ ଧ୍ବଂସ କରିଦେଇଛନ୍ତି ସୁରକ୍ଷାକର୍ମୀ  । ଅନ୍ୟପଟେ, ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥାନୀୟ ପୁଲିସ ଏବଂ ବିଏସଏଫ ଫୋର୍ସ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ସେପଟେ ଲ୍ୟାଣ୍ଡମାଇନ୍‌ ବିଛାଉଥିବା ମତ୍ୟୁ ଜାଲରେ ନିଜେ ଫସିଗଲା ମାଓବାଦୀ । ଆଇଇଡି ବ୍ଲାଷ୍ଟ ଯୋଗୁ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ।Telangana Election 2023 Dates, Full Schedule, Results: All You Need to Know - India Today

ଛତିଶଗଡ ନକ୍ସଲ ପ୍ରଭାବିତ ଅଞ୍ଚଳ ମୁକରମ ଏବଂ ମର୍କାଗୁଡା ମଧ୍ୟରେ ଘଟିଛି ଏହି ଘଟଣା । ଯବାନଙ୍କ ପାଇଁ ଆଇଇଡି ଖଞ୍ଜୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ନିଜ ଆଇଡି ବିସ୍ଫୋରଣରେ ନିଜର ମୃତ୍ୟୁ ହୋଇଛି  । ବିସ୍ଫୋରଣ ବେଳେ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ସ୍ଥାନୀୟ ଅଞ୍ଚଳ  । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆସନ୍ତା ୭ରେ ପ୍ରଥମ ପର୍ଯ୍ୟାୟ ଏବଂ ୧୭ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୨୦ଟି  ଆସନ ଲାଗି ଭୋଟ ହେବ ।