ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର, ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ

1 min read

ଭୁବନେଶ୍ୱର: ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର । ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସଂଧ୍ୟା ୭ଟା ୩୦ରେ ଆର୍ଜେଣ୍ଟିନା ସହିତ ଭାରତର କଡ଼ା ଟକ୍କର ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିବାରେ ଲାଗିଛନ୍ତି । ଗତକାଲି ଖେଳାଯାଇଥିବା ମ୍ୟାଚରେ ସଂଘର୍ଷ କରି ସୁଟ ଆଉଟରେ ପରାସ୍ତ ହୋଇଥିଲା ଭାରତ । ସୁଟଆଉଟରେ ଆର୍ଜେଣ୍ଟିନାଠାରୁ ୩-୧ ଗୋଲରେ ପରାସ୍ତ ହୋଇଥିଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳଯାଇଥିବା FIH ପ୍ରୋ ଲିଗ ଗତକାଲି ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ଡ୍ର ରହିଥିଲା । ଡ୍ର’ ହେବା ଫଳରେ ମ୍ୟାଚ ସୁଟ୍ ଆଉଟକୁ ଯାଇଥିଲା । କିନ୍ତୁ ସୁଟ୍ ଆଉଟରେ ବଜି ମାରିନେଇଥିଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ଏହି ମ୍ୟାଚକୁ ୩-୧ରେ ନିଜ ନାମରେ କରିଥିଲା ।