କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ମହିଳା ବିଶ୍ୱକପ୍

1 min read

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । କଳିଙ୍ଗରେ ଖେଳ ହେବାକୁ ନେଇ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଫିଫା ୧୪ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ୍ଦ ଯୋଡ଼ିଛି । ଓଡ଼ିଶା ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଯଥା ଆଇଏସଏଲ, ଆଇ-ଲିଗ୍, ଇଣ୍ଡିଆନ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍ସ ଲିଗ୍ ଆଦି ଆୟୋଜନ କରିଛି । ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ । ଏହି ମ୍ୟାଚଗୁଡ଼ିକ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବ । ଏହି ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ ଅକ୍ଟୋବର ୨୧ ଓ ୨୨ରେ ଓ ସେମିଫାଇନାଲ ମ୍ୟାଚ ଅକ୍ଟୋବର ୨୬ରେ ଖେଳାଯିବ ।