ଯାଜପୁରରେ ଆରମ୍ଭ ହେବ ପ୍ରସିଦ୍ଧ ବାରୁଣୀ ମେଳା, ଦଶାଶ୍ବମେଧ ଘାଟରେ ସ୍ନାନ ନେଇ ପ୍ରଶାସନର ପ୍ରସ୍ତୁତି

ଯାଜପୁର: ଆଜିଠୁ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହେବ । ଦିନ ୮ଟା ୪୨ରୁ ୩ଟା ପର୍ଯ୍ୟନ୍ତ ମହାବାରୁଣୀ ଯୋଗ ରହିଛି । ଏହି ଯୋଗ ବାର ବର୍ଷରେ ଥରେ ପଡ଼ିଥାଏ । ଚଳିତ ବର୍ଷ ବାରୁଣୀରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଆସୁଥିବା ଶ୍ରଦ୍ଧାଳୁମାନେ କିପରି ଅସୁବିଧାରେ ନ ପଡ଼ିବେ ଓ ସୁରକ୍ଷିତ ଭାବେ ବୁଡ଼ ପକାଇବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ବିଶ୍ବାସ ରହିଛି ଏହି ଦିନରେ ପିଣ୍ଡ ଦାନ କଲେ ପିତୃ ପୁରୁଷ ମୋକ୍ଷ ପାପ୍ତି ହୋଇ ଥାଆନ୍ତି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ବୈତରଣୀର ଦଶ୍ବାଶମେଧ ଘାଟରେ ଭିଡ଼ ଜମାଇଥାନ୍ତି । ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି ।