ଘର ସାମ୍ନାରେ ଜାଗା ଖୋଳିବାକୁ ବିରୋଧ କରିବାରୁ ସାମାଜିକ ବାସନ୍ଦ ହେଲେ ପୁରା ପରିବାର

ଆଠଗଡ଼: ଘର ଆଗରେ ଥିବା ଜାଗା ଖୋଳିବାକୁ ବିରୋଧ କରିବାରୁ ଗାଁରୁ ନିଆଁ ପାଣି ବନ୍ଦ ସହ ସାମାଜିକ ବାସନ୍ଦ ହେଲେ ପରିବାର । ବାସନ୍ଦ ଖବରକୁ ଗାଁ ଦାଣ୍ଡରେ ଡେଙ୍ଗୁରା ବାଡେଇ କରାଗଲା ପ୍ରଚାର । ଏଭଳି ଏକ ଖବର ଆସିଛି ଆଠଗଡ଼ରୁ । ଘର ସାମ୍ନାରେ ଥିବା ସରକାରୀ ଜାଗାରେ ଯାଆସ କରିବାରୁ ଗାଁ ଲୋକ ସୁଦାମ ସାହୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିବା ଆଠଗଡ଼ ଥାନାରେ ଅଭିଯୋଗ ହେଇଛି । ଆଠଗଡ଼ ଥାନା ଧାଇପୁର ଗାଁରେ ଘଟିଛି ଘଟଣା । ପରିବାର ପକ୍ଷରୁ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳୁନଥିବା ଅଭିଯୋଗ ଆଣିଛନ୍ତି ସୁଦାମଙ୍କ ପରିବାର । ଏ ନେଇ ଗାଁର ସଭାପତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।