ଗାଁରେ ବାଘ ଆତଙ୍କ, ଭୟରେ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଆଣିପାରିଲେନି ପରିବାର ଲୋକ

File Photo

ନୂଆପଡା: ଗାଁରେ ବାଘ ଆତଙ୍କ । ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ଜଙ୍ଗଲକୁ ଯାଇଥିବା ମହିଳାଙ୍କୁ ମାରି ଖାଇଲା ବାଘ । ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ବେଳେ ବାଘ ଭୟରେ ଆଣିପାରିନାହାନ୍ତି ପରିବାର ଲୋକ । ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ନୂଆପଡ଼ା ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋଦ୍ରାର ଭାନୁବାଇ ମାଝୀ ।

ଭାନୁବାଇ ଜଙ୍ଗଲକୁ କାଜୁ ସଂଗ୍ରହ ପାଇଁ ଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ । ଦୀର୍ଘ ସମୟ ଧରି ନଫେରିବା ପରେ ପରିବାର ଲୋକ ଖୋଜିବାକୁ ଯାଇଥିଲେ ହେଁ ବାଘ ଗର୍ଜନ ଶୁଣି ଫେରି ଆସିଥିଲେ । ଲୋକଙ୍କ କହିବାନୁଯାୟୀ ସେମାନେ ଜଙ୍ଗଲରେ ଦୁଇଟି ବାଘର ଗର୍ଜନ ଶୁଣିଛନ୍ତି । ତେଣୁ ଏବେ ପୁରା ଗାଁ ସମେତ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅଛନ୍ତି । ସନ୍ଧ୍ୟା ହେଲେ ଘରର ତାଟି କବାଟ ପକାଇ ବସୁଛନ୍ତି । ମୃତ ମହିଳା ଭାନୁବାଇ ମାଝୀଙ୍କୁ ୪୫ ବର୍ଷ ବୟସ ହେବ ବୋଲି ସୂଚନା ମିଳିଛି । ମହିଳା ଜଣକ ଦିନ ୧୨ଟା ସମୟରେ ଜଙ୍ଗଲକୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ ।

 

Leave a Reply