ପୁଣି ଜୋରଦାର ହେଲା ’ଅପରେସନ ପିଙ୍କ ଡାକ୍ତର’, ରିମାଣ୍ଡରେ ଆସିବ ନକଲି ଡାକ୍ତର ରମେଶ

ଭୁବନେଶ୍ୱର: ପୁଣି ଜୋରଦାର ହେଲା ଅପରେସନ ପିଙ୍କ ଡାକ୍ତର । ନକଲି ଡାକ୍ତର ରମେଶ ବିରୋଧରେ ବଢ଼ିଲା ଠକେଇ ଅଭିଯୋଗ ସଂଖ୍ୟା । ପୁଣି ଥରେ ରିମାଣ୍ଡରେ ଆସିବ ଠକ ରମେଶ ସ୍ୱାଇଁ । ଗୌହାଟୀ ମହିଳାଙ୍କୁ ଵିଵାହ ନାମରେ ୨୧ ଲକ୍ଷ ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ଆଣିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୮ ଦିନିଆ ରିମାଣ୍ଡରେ ଆସିଥିଲା ଏକାଧିକ ବିବାହ କରିଥିବା ରମେଶ । ସେପଟେ ପାହାଳରେ ବାଉଣ୍ଡରୀ ବୁଲେଇବାକୁ କହି ଠିକାଦାରଙ୍କୁ ୭୦ ହଜାର ଠକିଥିବା ପାହାଳ ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲା । ଠିକାଦାର ଅଭିଯୋଗ କରିବା ପରେ ସେ ଜାଗାର ମାଲିକାନା ଯାଂଚ କରିଛି ପୋଲିସ । ଏବେ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଥାନାରେ ରମେଶଙ୍କ ନାଁରେ ୧୫ଟି ମାମଲା ରୁଜୁ ହୋଇଛି ।

 

Leave a Reply