ଆସୁଛି ଆଉ ଏକ ସଙ୍କଟ, ରୋଜଗାର ହରାଇବେ ପାକିସ୍ତାନୀ

କରାଚୀ: ଆର୍ଥିକ ସଙ୍କଟରେ ଜୁଝୁ୍‌ଥିବା ପାକିସ୍ତାନ ଉପରେ ଏବେ ପ୍ରତି ଦିନ କିଛି ନା କିଛି ସଙ୍କଟ ଆସି ଠିଆ ହେଉଛି । ସେଠାରେ ଲୋକଙ୍କ ଥାଳିରୁ ଦିନକୁ ଦିନ ରୁଟି ଗାଏବ ହେବାକୁ ଲାଗିଲାଣି । ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇଥିଲାବେଳେ ଏବେ ବିଜୁଳି ବି କଟାଯାଇଛି । ରାତିରେ ଅନ୍ଧକାରରେ ବିତୁଛି ପାକିସ୍ତାନୀଙ୍କ ଜୀବନ । ଦିନକୁ ଦିନ ପାକିସ୍ତାନର ଅବସ୍ଥା ଖରାପରୁ ଖରାପ ଆଡ଼କୁ ଗତି କରୁଛି ।

ଏବେ ପାକିସ୍ତାନରେ ଦେଖାଦେଇଛି ରୋଜଗାର ହରାଇବା ଭୟ । ସେଠାରେ ଲୋକଙ୍କର ରୋଜଗାର ଯିବାକୁ ଲାଗିଲାଣି । ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ପାକିସ୍ତାନରେ ଲକ୍ଷ ଲକ୍ଷ ଲୋକ ନିଜ ରୋଜଗାର ହରାଇବେ ।

ଲୋକମାନେ ରୋଜଗାର ହରାଇବା ମାନେ ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିବ । ସେଠାକାର ଏକ ନ୍ୟୁଜ୍ ରିପୋର୍ଟ ଅନୁସାରେ ୬୦ ଲକ୍ଷ ଲୋକ ରୋଜଗାର ହରାଇ ପାରନ୍ତି । ଲୋକ କାମ କରିବାକୁ ରାଜି ଥିବେ ହେଲେ ସେମାନଙ୍କ ପାଖରେ ରୋଜଗାର ନ ଥିବ ।

ଏହାପୂର୍ବରୁ ପାକିସ୍ତାନରେ ଘୋର ବିଜୁଳି ସଙ୍କଟ ଦେଖାଦେଇଥିଲା । ପ୍ରାୟ ୨୨ ଜିଲ୍ଲାରେ ବିଦ୍ୟୁତ ସରବରାହ ଏବେ ଯାଏ ବି ବନ୍ଦ ରହିଛି ।