spot_img

Latest Posts

ନିଶା ନିଶାଣରେ ରାଜଧାନୀ ଶିକ୍ଷାନୁଷ୍ଠାନ, ପିଲାଙ୍କୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଲା ଅବକାରୀ ବିଭାଗ

ଭୁବନେଶ୍ବର: ନିଶା ନିଶାଣରେ ରାଜଧାନୀ ଶିକ୍ଷାନୁଷ୍ଠାନ । ଛତୁ ଫୁଟିବା ଭଳି ପାନ ଦୋକାନରେ ମିଳୁଛି ନିଶା ସାମଗ୍ରୀ ।  ସହରର ଚାକଚକ୍ୟ ଦେଖି ହୁଡୁଛନ୍ତି ବାଟ । ପିଲାଙ୍କୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଲା ଅବକାରୀ ବିଭାଗ। କିଏ ଡାକ୍ତର ବନିବ ତ ଆଉ କିଏ ଇଂଜିନିୟର । ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ରାଜଧାନୀ ଭୁବନେଶ୍ବର ଆସୁଛନ୍ତି ଛାତ୍ରଛାତ୍ରୀ। କିନ୍ତୁ ଏଠାରେ ନାମିଦାମୀ କଲେଜ, କୋଚିଂ ସେଣ୍ଟରରେ ପାଠ ପଢିବା ବେଳେ ନିଶାରେ କବଳିତ ହେଉଛନ୍ତି ପିଲା। ବ୍ରାଉନସୁଗର, କୋକେନ, ଗଞ୍ଜେଇ, ଚରସ, ଅଫିମ, ମ୍ୟାରିଜୁଆନା ଭଳି ନିଶା ଏବେ ପିଲାଙ୍କୁ କବଳିତ କରିଛି । ଏ ସବୁକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆୟୋଜିତ ହୋଇଛି ଏକ interaction programme । ପୋଲିସ ଆଖିରେ ଧୂଳି ଦେଇ କ୍ୟାମ୍ପସରେ ନିଶା ପହଞ୍ଚିବାକୁ କିଭଳି ରୋକାଯାଇପାରିବ ସେ ନେଇ ଏନଫୋର୍ସମେଣ୍ଟକୁ କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅବକାରୀ ସୁପରି ଟେଣ୍ଡେଣ୍ଟ।

କିଛିଦିନ ତଳେ ଏକ ଘରୋଇ କଲେଜ ଛାତ୍ର ନିଶା ଖାଇ କୁଆଖାଇ ନଦୀରେ ବୁଡିଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସରେ ଆୱାରନେସ କରି ନୋଟିସ ବୋର୍ଡ ସହ ହଷ୍ଟେଲ ଓ ମେସରେ ନୀତିଦିନ ଚେକିଂ କରିବେ । ଯଦି କୌଣସି ଛାତ୍ର ନିଶା ସେବନ ନେଇ ସୂଚନା ମିଳେ, ତେବେ ଅବିଭାବକଙ୍କୁ ତୁରନ୍ତ ଜଣାଯିବ । କ୍ୟାମ୍ପସରେ ପ୍ରବେଶ ପ୍ରସ୍ଥାନ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବ । ଡ୍ରଗ୍ସ ଏନଫୋର୍ସମେଣ୍ଟ ପାଇଁ କଲେଜରେ ଏକ କମିଟି ମଧ୍ୟ ରହିବ। ପୂର୍ବରୁ ଏ ସବୁ ଦିଗରେ ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚେଷ୍ଟା କରିଛନ୍ତି । ଆଉ ଗୋଟିଏ ପାଦ ଆଗକୁ ବଢି ନିଜେ ଅବକାରୀ ସୁପରିଟେଣ୍ଡେଣ୍ଟ ବିଜେବି କଲେଜରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଘଟଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

କିଛିଦିନ ତଳେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ସହରର କୋଣ ଅନୁକୋଣ ରେ ନିଶାଡୀ ଓ ନିଶା ବେପାରୀଙ୍କୁ ଧରିଥିଲା । ଆଗକୁ ଠିକ ସେହିଭଳି ଜିରୋ ଟଲରାନ୍ସ ନୀତି ଅବକାରୀ ବିଭାଗ ଗ୍ରହଣ କରିବ ବୋଲି କହିଛନ୍ତି ସୁପରୀଟେଣ୍ଡେଣ୍ଟ ।

Latest Posts

Don't Miss