ଲୋନ୍ ସ୍କାମ ମାମଲା; ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଲା EOW

1 min read

ଭୁବନେଶ୍ୱର: ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ଲୋନ ସ୍କାମ ମାମଲା। ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW । ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW ।

ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୧୫ରୁ ୨୦ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏକାଧିକ ସମ୍ବାଦ କର୍ମଚାରୀଙ୍କୁ ବଳ ପୂର୍ବକ ବ୍ୟକ୍ତିଗତ ଋଣ ନେବା ପାଇଁ ବାଧ୍ୟ କରାଯାଇଛି । କୋଟି କୋଟି ଟଙ୍କାରେ କର୍ମଚାରୀଙ୍କ ନାମରେ ସଂସ୍ଥା ଋଣ ଉଠାଇଛି । ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି ।

ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ ।