ରାଜଧାନୀରେ ହାତୀ ଆତଙ୍କ, ହାତୀଆସୁଣି ନଗରରେ ବୁଲିଲେ ୩ ହାତୀ

ଭୁବନେଶ୍ୱର: ରାଜଧାନୀରେ ହାତୀ ଆତଙ୍କ । ପୁଣି ଥରେ ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ । ଏକ ଘଣ୍ଟା ଧରି ହାତୀଆସୁଣି ନଗର ଅଞ୍ଚଳରେ ଚଲା ବୁଲା କଲେ । ତେବେ ସ୍ଥାନୀୟ ଲୋକେ ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ । ୩ଟି ହାତୀ ଚନ୍ଦକା ଜଙ୍ଗଲରୁ ଆସି ହାତୀଆସୁଣି ବୁଲୁଥିବାର ସୂଚନା ରହିଛି । କୌଣସି କ୍ଷୟକ୍ଷତି ହେବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ପାଟି କରି ହାତୀକୁ ଘଉଡେଇଦେଇଛନ୍ତି । ଏହା ପୂର୍ବରୁ ଗତ ୧୦ ଦିନ ତଳେ ମଧ୍ୟ ହାତୀଆସୁଣି ନଗରରକୁ ଚନ୍ଦକା ଜଙ୍ଗଲରୁ ହାତୀ ଆସିଥିଲା ।