ପଲରୁ ବାହାରି କୂଅରେ ଖସିପଡ଼ିଲା ହାତୀ

Elephanta

ଅନୁଗୋଳ: ଗତ କିଛି ଦିନ ଧରି  ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ପାଖରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ହାତୀ ପଲ ଗାଁ ମୁହାଁ ହୋଇଛନ୍ତି । ତେବେ ବୁଧବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଲ ଭିତରୁ ବାହାରି ଏକ କୂଅ ଭିତରେ ଖସି ପଡ଼ିଛି । ପୁରୁଣା ଢାଞ୍ଚାରେ କୁଅଟି ନିର୍ମିତ ହୋଇଥିବାରୁ ଏଥିରେ ବାଡ଼ ନାହିଁ । ତେବେ ହାତୀ ପଲ ସେଇ ରାସ୍ତା ଦେଇ ଯାଉଥିବା ବେଳେ ଅନ୍ଧାରରେ ଗୋଟିଏ ହାତୀ ସେହି କୁଅରେ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଏହି ଘଟଣା ରାତି ପ୍ରାୟ ଦୁଇଟା ବେଳେ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ହାତୀ ପଲ୍ଲ ଗାଁ ଭିତରକୁ ଖଦ୍ୟ ଅନ୍ୱେଷଣରେ ଆସିଥିଲେ । ସେମାନେ ଖାଦ୍ୟ ପାଇଁ ଉକ୍ତ ଗାଁର ସୁରଥ ସାହୁଙ୍କ ବାଡ଼ିରେ ପଶିଥିଲେ । ତାଙ୍କ ବାଡ଼ିରୁ ଖାଦ୍ୟ ଖାଇ ଫସଲ ନଷ୍ଟ କରି ଅନ୍ୟ ହାତୀମାନେ ଚାଲି ଯାଇଥିବା ବେଳେ ଗୋଟିଏ ହାତୀ ଖସିପଡ଼ିଛି ।

ତେବେ ସବୁଠାରୁୁ ବଡ଼ କଥା ହେଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିକଟରେ ଏନେଇ ଖବର ପହଞ୍ଚିଥିଲେ ମଧ୍ୟ ହାତୀକୁଦିନ ୧୦ଟା ସୁଦ୍ଧା ଉଦ୍ଧାର କରାଯାଇ ପାରି ନାହିଁ । ଗ୍ରାମବାସୀ ହାତୀକୁ ଜଗି ବସିଛନ୍ତି । ହାତୀ କୁଅରେ ପଡ଼ିଥିବା ନେଇ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମୁଛି ।

Leave a Reply